ଅନ୍ଧାରୀ ମୁଲକରେ ହିଟଲର ଶାସନ ! ଝିଅଙ୍କ ପାଇଁ ମୋବାଇଲ ଓ ଜିନ୍ସ ମନା, ହରିୟାଣା ରୋହତକ ଖାପ୍ ପଂଚାୟତର ଅଜବ ନିର୍ଦ୍ଦେଶ

22

କନକ ବ୍ୟୁରୋ : ଖାପ୍ ପଂଚାୟତର କଡ଼ା ନିର୍ଦ୍ଦେଶ । ଝିଅଙ୍କ ପାଇଁ ମୋବାଇଲ ଓ ଜିନ୍ସ ମନା । ଗାଁରେ ରହୁଥିବା ଝିଅ ମାନେ ବ୍ୟବହାର କରିପାରିବେନି ଜିନ୍ସ କିମ୍ବା ମୋବାଇଲ୍ । ନିୟମ ଭାଂଗିଲେ ଦେବାକୁ ପଡ଼ିବ ଜରିମାନା । ହରିୟାଣାର ରୋହତକ ଜିଲ୍ଲାର ଇସପୁରି ଗାଁ ପଂଚାୟତ ଏଭଳି ଏକ ଆଦେଶ ଜାରି କରିଛି । ଗାଁରୁ ଝିଅମାନେ ଲୁଚି ପଳାଇବା ଘଟଣାକୁ ରୋକିବା ପାଇଁ ପଂଚାୟତ ଏହି ନିଷ୍ପତି ନେଇଛି ।

ହରିୟାଣାର ରୋହତକ ଜିଲ୍ଲାର ଇସପୁରି ଗାଁ ପଂଚାୟତ ଏଭଳି ଏକ ଆଦେଶ ଜାରି କରିଛି । ଗାଁରୁ ଝିଅମାନେ ଲୁଚି ପଳାଇବା ଘଟଣାକୁ ରୋକିବା ପାଇଁ ପଂଚାୟତ ଏହି ନିଷ୍ପତି ନେଇଛି । ଏଭଳି ଏକ କଟକଣା ନିହାତି ଜରୁରି ବୋଲି କହିଛନ୍ତି ଗାଁ ମୁଖିଆ ପ୍ରେମ ସିଂ ।

khap panchayat

ଇସପୁରି ଗାଁର ଲୋକସଂଖ୍ୟା ପ୍ରାୟ ୫ ହଜାର । ଗାଁର କିଛି ଯୁବକ ଯୁବତୀ ଏବେ ବାହାରେ ରହି କଲେଜରେ ପାଠ ପଢ଼ୁଛନ୍ତି । ଏମାନଂକ ମଧ୍ୟରୁ କିଛି ଯୁବତୀ ଗାଁ ଛାଡ଼ି ଲୁଚି ପଳାଇଥିବା ଅଭିଯୋଗ ହୋଇଥିଲା । ପ୍ରେମଜନିତ କାରଣରୁ ସେମାନେ ଲୁଚି ପଳାଇଥିବାର ଖବର ମିଳିଥିଲା । ଏହାକୁ ରୋକିବାକୁ ଗାଁ ପଂଚାୟତ ମୋବାଇଲ ଓ ଜିନ୍ସ ପରେ କଟକଣା ଜାରି କରିଛି । ତେବେ ଏହି କଟକଣାକୁ କିଛି ଯୁବତୀ ଖୋଲାଖୋଲି ବିରୋଧ କରିଛନ୍ତି ।

ମୋବାଇଲ ଓ ଜିନ୍ସ କଟକଣାକୁ ଲାଗୁ କରିବାକୁ ଜୋରଦାର ଲାଗି ପଡ଼ିଛି ଗାଁ ପଂଚାୟତ । ଏପରିକି ଲାଉଡସ୍ପିକର ମାଧ୍ୟମରେ ଗ୍ରାମବାସୀଂକୁ ସୂଚନା ସହ ଚେତାବନୀ ଦିଆଯାଉଛି । ପଂଚାୟତର କିଛି ସଦସ୍ୟ କଟକଣାକୁ ବିରୋଧ କରି ଇସ୍ତଫା ମଧ୍ୟ ଦେଇଛନ୍ତି  ।