ଚିକିତ୍ସା ପାଇଁ ଟଙ୍କା ନଥିବାରୁ ୭ ମାସର ଝିଅକୁ ଜିଅନ୍ତା ମାରିଲା ମା’ ! ଦୁର୍ଗନ୍ଧ ନ ବାହାରିବା ପର୍ଯ୍ୟନ୍ତ ଶବକୁ କୋଳରେ ଧରି ବସିଲା ।

564

ମଧ୍ୟପ୍ରଦେଶର ଖଣ୍ଡୱା ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ଦାରିଦ୍ର‌୍ୟର କରୁଣ ପରିଣତିର ବିକଳ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଣେ ହତଭାଗିନୀ ମା’ ଦାରିଦ୍ର‌୍ୟର କରୁଣ ପରିସ୍ଥିତିକୁ ସହି ନପାରି ନିଜର ୭ ମାସର ଝିଅକୁ ମାରିଦେଇଛି । ପ୍ରକୃତ ଘଟଣା ହେଉଛି ୭ ମାସ ଝିଅଟି ଗତ କିଛି ଦିନ ହେଲା ରୋଗରେ ପୀଡିତ ଥିଲା ଏବଂ ଝିଅର ଚିକିତ୍ସା ପାଇଁ ମା’ ପାଖରେ ଟଙ୍କା ନଥିଲା । ଜିଉଁ ଥାଉ ଥାଉ ଝିଅକୁ ଭଲ ଜୀବନ ଦେଇ ପାରୁନଥିବା ମା’ ବାଧ୍ୟ ହୋଇ କୁନିଝିଅଟିକୁ ମାରି ଦେଇଥିଲା ।

ମହିଳାଙ୍କ ନାଁ ହେଉଛି ମାୟା ଡାଙ୍ଗୋରେ । ମାୟାଙ୍କ ସ୍ୱାମୀ ଜଣେ ଶ୍ରମିକ ହୋଇଥିବା ବେଳେ ତାଙ୍କର ପୂର୍ବରୁ ୬ ବର୍ଷର ଝିଅ ରହିଛି । ପରିବାରରେ ଆର୍ଥୀକ ଅବସ୍ଥା ଶୋଚନୀୟ ହେବା କାରଣରୁ ଦୁଇ ଓଳା ଦୁଇ ମୁଠା ଭାତ ଖାଇବା ପାଇଁ ମଧ୍ୟ ସକ୍ଷମ ନଥିବା ଏହି ଦମ୍ପତି କୁନି ଝିଅଟିର ଚିକିତ୍ସା ପାଇଁ ଟଙ୍କା ଜୁଟାଇ ପାରୁନଥିଲେ । ତେଣୁ ବାଧ୍ୟ ହୋଇ ଏହି ମା’ ତା ଝିଅକୁ ମାରିବା ପାଇଁ ବାଧ୍ୟ ହୋଇଥିଲେ ।

ଝିଅଟିକୁ ମାରିଦେବା ପରେ ମହିଳା ଜଣକ ଶବକୁ କୋଳରେ ଧରି କାନ୍ଦିବାକୁ ଲାଗିଥିଲେ । ପରେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ମହିଳାଙ୍କ ସଂପର୍କୀୟ ଏବଂ ପୋଲିସଙ୍କୁ ଏହାର ସୂଚନା ଦେଇଥିଲେ । ଏହାପରେ ପୋଲିସ୍ ଝିଅଟିକୁ ଡାକ୍ତରଖାନା ଆଣିଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।