ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା

48

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା । ଖଣ୍ଡପଡା ବ୍ଲକ ନୂଆଗଡିଆ ସାହିରେ ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ଆହାତହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଯୁବକ ସଂଜୟ ବାହୁକି ଜଣେ ଅସ୍ଥାୟୀ ଲାଇନମ୍ୟାନ ଭାବେ କାମ କରୁଥିବାବେଳେ ଆଜି ବିଦ୍ୟୁତ ସଂଯୋଗରେ ଆସି ଜଳିଯାଇଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତେଜନା ପ୍ରକାଶ ପାଇଛି । ନୂଆଗଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ନଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ପାରିନଥିଲେ ଲୋକେ । ଫଳରେ ଉତ୍ୟକ୍ତ ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏଥିରେ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି । ସେପଟେ ନୂଆଗଡିଆ ସାହି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହଶହ ଗାଡି ।