ଖଣ୍ଡପଡାରେ ଜମୁଛି ପ୍ରଚାର । ସମର୍ଥକ ସହ ବିରାଟ ବାଇକ ରାଲିରେ ବାହାରିଲେ, ଗାଁରୁ ଗାଁ ବୁଲି ଭୋଟ ମାଗିଲେ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ

ଖଣ୍ଡପଡାରେ ଜମୁଛି ପ୍ରଚାର

184

କନକ ବ୍ୟୁରୋ : ଖଣ୍ଡପଡାରେ ଜମୁଛି ପ୍ରଚାର । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ବାଇକ ରାଲିରେ ବାହାରି ଗାଁ ରୁ ଗାଁ ବୁଲିଛନ୍ତି । କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଭାପୁର ବ୍ଲକର ଭାଇସ ଚେୟାରମାନ ଗୟାଧର ପରିଡା ମଧ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ।

ପ୍ରଥମେ ଫତେଗଡରୁ ଏହି ରାଲି ଆରମ୍ଭ ହୋଇ ବାହାଡା ଛକ ଯାଏଁ ଯାଇଥିଲା । ସେଠାରୁ ସମର୍ଥକଙ୍କ ସହ ବାଘୁଆଁପଲ୍ଲୀ, ଭଗବାନପୁର ପଂଚାୟତ, ବନମାଳୀପୁର ପଂଚାୟତ ବୁଲି ଭୋଟ ମାଗିଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ତେବେ ନିର୍ବାଚନ ଆଉ ମାତ୍ର ଅଳ୍ପଦିନ ବାକି ଥିବାରୁ ଜୋରଦାର ପ୍ରଚାର କରାଯାଉଛି । ବିଭିନ୍ନ ଗାଁ କୁ ଗାଁ ବୁଲି ଭୋଟରଙ୍କୁ ନିଜ ଦଳ ସପକ୍ଷରେ ଭୋଟ ଦେବା ପାଇଁ କହୁଛନ୍ତି ପ୍ରାର୍ଥୀ ।