ଖଣ୍ଡପଡା : ଫୋନରେ ବିଡିଓଙ୍କୁ ଅଶ୍ଲୀଳ ଗାଳି

32

କନକ ବ୍ୟୁରୋ : ଫୋନରେ ବିଡିଓଙ୍କୁ ଅଶ୍ଲୀଳ ଗାଳି । ଦୀର୍ଘ ମାସେ ହେଲା ବିଭିନ୍ନ ସମୟରେ ୨ଟି ନମ୍ବରରୁ ମହିଳା ବିଡିଓଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ସହ ଦିଆଯାଉଛି ଧମକ । ଏଭଳି ଏକ ସାଂଘାତିକ ଅଭିଯୋଗ କରିଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଡିଓ ସିପ୍ରା ସେଠୀ । ଏହି ଘଟଣାରେ ନବ ନିର୍ବାଚତ ଜନ ପ୍ରତିନିଧି ସାମିଲ ଥିବା ସନ୍ଦେହ କରାଯାଉଛି ।

ଗତ ମାର୍ଚ୍ଚ ୨ ତାରିଖରେ ଏହା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାଏଁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଘଟଣାକୁ ଅଣଦେଖା କରିବା ସହ ପୁଲିସ୍ ଜାଣିଶୁଣି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି ।