ଖଣ୍ଡଗିରି ମେଳାରେ ଚାଲିଛି ଯାତ୍ରା ମହାକୁମ୍ଭ । ଜମୁଛି ଦର୍ଶକଙ୍କ ଭିଡ, ଦାମୀ ଦାମୀ ପାର୍ଟି ସହ ଚାଲିଛି କଡ୍ଡା ଟକ୍କର

39

ଖଣ୍ଡଗିରିରେ ଚାଲିଛି ଯାତ୍ରା ମହାକୁମ୍ଭ, ଦାମୀ ଦାମୀ ପାର୍ଟି ସହ ଚାଲିଛି କଡ୍ଡା ଟକ୍କର । ଏହି ଯୁଦ୍ଦ କ୍ଷେତ୍ରରେ କୋଣାର୍କ ଗଣନାଟ୍ୟ, ବିଶ୍ୱ ଦରବାର ପରି ଇଷ୍ଟର୍ନ ରେଡବି ଲମ୍ଫ ଦେଇଛି । ୩ ଦିନ ଧରି ପାଂଚ ପଇସାର ସ୍ୱାମୀ ନାଟକ ଇଷ୍ଟର୍ନ ରେଡରେ ମଂଚସ୍ତ ହେଉଥିବା ବେଳେ ଦର୍ଶକ ବି ବେଶ ପସନ୍ଦ କରୁଛନ୍ତି । ଲମ୍ବା ଲମ୍ବା ଧାଡିରେ ଛିଡାହୋଇ ଟିକଟ କିଣିବା ପରେ ରାତି ତମାମ ଯାତ୍ରାକୁ ଉପଭୋଗ କରୁଛନ୍ତି ଦର୍ଶକ । ସେପଟେ ରୋମାନ୍ସ, ସସପେନ୍ସ ସହିତ ପାରିବାରିକ କଥା ଉପରେ ଆଧାରିତ ପାଂଚ ପଇସାର ସ୍ୱାମୀ ନାଟକରେ ପ୍ରଥମ ଥର ପାଇଁ ନେଗେଟିଭ ଚରିତ୍ର ବଦଳରେ ପଜେଟିଭ ଚରିତ୍ରରେ ବେଶ ନଜର ଆସିଛନ୍ତି ଓଲିଉଡର କଳାକାର ବିରେନ ମିଶ୍ର ।

ଗାଁରେ ରହୁଥିବା ବିନୋଦ ଓ ବେବିନା କେମିତି ନିଜେ ସନ୍ତାନ ଜନ୍ମ ନକରି କରଜ କରି ସାନ ଭାଇକୁ ପାଠ ପଢାଇବା ପାଇଁ ସହରକୁ ଛାଡୁଛନ୍ତି । ଆଉ ସହରରେ କିଭଳି ସାନଭାଇ, ବଡ ଭାଇ ଭାଉଜଙ୍କ ଅବଦାନକୁ ଭୁଲି ଯାଉଛି, ଏମିତି କିଛି କାହାଣୀକୁ ନେଇ ମଂଚସ୍ଥ ହେଉଛି ଏହି ନାଟକ । ଏଥିରେ ବିନୋଦ ଓ ବେବିନାଙ୍କ ଯୋଡିକୁ ବି ବେଶ ପସନ୍ଦ କରୁଛନ୍ତି ଦର୍ଶକ । ପୁଣି ମେଲୋଡିରେ ଶୁକୁଟି ସାହୁ ଗୀତରେ ମଂଚ କମ୍ପୁଛି ।