ଜମୁଛି ଖଣ୍ଡଗିରି ଯାତ୍ରା । ଯାତ୍ରାରେ ଓଲିଉଡ କଳାକାରଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ । ଜାଣନ୍ତୁ କେଉଁ କଳାକାର ହୋଇଛନ୍ତି ସାମିଲ ।

34

କନକ ବ୍ୟୁରୋ : ଖଣ୍ଡଗିରିରେ ଚାଲିଛି ଯାତ୍ରା ମହାକୁମ୍ଭ । ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ଓଲିଉଡ କଳାକାର । ଯାହାଙ୍କୁ ଦେଖିବାକୁ ବେଶ ଭିଡ ଜମୁଛି । ବଲାଗିଂରରୁ ଆରମ୍ଭ କରି ଭୁବନେଶ୍ୱର ଯାଏଁ ସବୁ ଯାତ୍ରା ପ୍ରେମୀ ଧାଇଁ ଆସୁଛନ୍ତି ଖଣ୍ଡଗିରିକୁ , ନିଜର ମନ ପସନ୍ଦର କଳାକାରଙ୍କ ଅଭିନୟ ଦେଖିବାକୁ । ଖଣ୍ଡଗିରିରେ ଚାଲିଥିବା ଯାତ୍ରା ଏବେ ମହାସମରର ରୂପ ନେଇଛି । ଯେଉଁଥିରେ ତୁଳସି ,ରଗଂମହଲ, ସ୍ୱର୍ଣ୍ଣ ମହଲ ଓ ଇଷ୍ଟର୍ଣ୍ଣ ବ୍ଲୁ ଭିତରେ ଚାଲିଛି ଜୋରଦାର ପ୍ରତିଯୋଗିତା ।

ସମସ୍ତେ ନିଜ ଆଡକୁ ଦର୍ଶକଙ୍କୁ ଆକର୍ଷିତ କରିବାରେ ଲାଗିପଡିଛନ୍ତି । ଇଷ୍ଟର୍ଣ୍ଣ ବ୍ଲୁ ରେ ପ୍ରଥମ ରାତ୍ରୀରେ ବି ବେଶ ଭିଡ ଜମିଛି । ନାରୀ ତୁ କୋଉ ଧାତୁରେ ଗଢା ନାଟକରେ ଓଲିଉଡ ଜଗତର ଆଗଧାଡିର ନାୟିକା ଉଷଶୀ ମିଶ୍ର,ଲରେନ୍ସ ଓ ଯାତ୍ରା ମହାବଳ ସଜଂୟ ଭୋଳଙ୍କୁ ଦେଖିବାକୁ ମିଳୁଛି । ନାଟକର କାହାଣୀ ପାରିବାରିକ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ, ପ୍ରଥମ ରାତ୍ରୀରେ ବ୍ରହ୍ମରୁ ଶୁଭୁଛି ଶୁଣ ଓଂ ସାଈ ରାମ ଗୀତ ଯାତ୍ରା ପ୍ରେମୀଙ୍କ ହୃଦୟକୁ ଛୁଇଁଛି ।

ମାଟ୍ରିକ ପରୀକ୍ଷା ପାଇଁ ଅପେରା ପରିବେଷଣ ନିଷ୍ପତିକୁ ବିରୋଧ କଲେ କଳାକାର । ଯାତ୍ରା ଟାଇଗର ଦଇତାରି ପଣ୍ଡା କହିଛନ୍ତି , ସେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି କଳାକାରଙ୍କ ଦୁଃଖ ଜଣାଇବେ । ଗୋଟିଏ ମାସ ଯାତ୍ରା ବନ୍ଦ ରହିଲେ ଏହା ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ପରିବାର କଣ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ମନ୍ତ୍ରୀ ଦାବି ନଶୁଣିଲେ ଭୁବନେଶ୍ୱରରେ ଯାତ୍ରା କଳାକାରମାନେ ଏକାଠି ହୋଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।