ରିଷି ମୃତ୍ୟୁ ମାମଲା : ଖଣ୍ଡଗିରି ଥାନାରେ ରିଷିଙ୍କ ପରିବାର ଲୋକଙ୍କ ବୟାନ ୧୬୧ ଧାରାରେ ରେକର୍ଡ

39

କନକ ବ୍ୟୁରୋ : ଇଂଜିନିୟରିଂ ଛାତ୍ର ରିଷି ମହାନ୍ତି ମୃତ୍ୟୁ ମାମଲାରେ ଆଜି ଖଣ୍ଡଗିରି ଥାନାରେ ହାଜର ହୋଇଛନ୍ତି ରିଷିଙ୍କ ପରିବାର । ୧୬୧ ଧାରାରେ ରିଷିଙ୍କ ବାପା, ମାଆ ଓ ଭଉଣୀଙ୍କ ବୟାନ୍ ରେକର୍ଡ ହୋଇଛି । ତେବେ ରିଷିଙ୍କ ମା’ ରିଷିକୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ କରିଛନ୍ତି ।

ସେପଟେ ଆଜି ସକାଳୁ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଂଟା ଡଟ୍ କମ୍ର ମୁଖ୍ୟ ପ୍ରଦୀପ ପାଣ୍ଡେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ । ଧାରା ୧୬୧ରେ ବୟାନ ରେକର୍ଡ ପାଇଁ ଉଭୟ କ୍ୟାପିଟାଲ ଥାନାରେ ପହଂଚିଥିଲେ ।

ତେବେ ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ଥିବାରୁ ବୟାନ ରେକର୍ଡ ହୋଇପାରିନାହିଁ । ପୁଣି ଗୋଟିଏ ତାରିଖ ଦିଆଯିବ ବୋଲି ଡିସିପି କହିଛନ୍ତି । ତେବେ ତଦନ୍ତରେ ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ଉଭୟ ଈତିଶ ଓ ପ୍ରଦୀପ ।