ଖଣ୍ଡଗିରି ମେଳାରେ ଜମୁଛି ଯାତ୍ରା ମହାସମର ! ଅନ୍ୟ ଅପେରା ପାର୍ଟିକୁ କଡା ଟକ୍କର ଦେଉଛି ଇଷ୍ଟର୍ଣ୍ଣ ରେଡ

25

କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ଜମୁଛି ଯାତ୍ରା ମହାସମର । ଅନ୍ୟ ଅପେରା ପାର୍ଟିକୁ କଡା ଟକ୍କର ଦେଉଛି ଇଷ୍ଟର୍ଣ୍ଣ ରେଡ । କାରଣ ଦର୍ଶକଙ୍କୁ ରିଅଲ ସିନର ଅନୁଭୂତି ଦେବା ପାଇଁ ନୂଆ ଏକ୍ସପେରିମେଂଟ କରୁଛି ପାର୍ଟି । କାହାଣୀର ଡିମାଣ୍ଡ ଅନୁସାରେ ବଡବଡ ଏଲସିଡି ସ୍କ୍ରିନରେ ପ୍ରଦର୍ଶିତ ହେଉଛି ଆଖି ଝଲସାଇ ଦେଲା ଭଳି ଦୃଶ୍ୟ । ଖୋଲା ମଂଚରେ ଯାହା ଦୃଶ୍ୟାୟିତ କରିବା ସମ୍ଭବ ନୁହେଁ ତାକୁ ପ୍ରଦର୍ଶନ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଚାଲିଛି । ଭଲ ଅଭିନେତାଙ୍କ ଚମକ୍ରାର ସଂଳାପ ସହ ବୈଷୟିକ ଜ୍ଞାନକୌଶଳର ପରୀକ୍ଷା ନୀରିକ୍ଷା ଦର୍ଶକଙ୍କୁ ଆକର୍ଷିତ କରୁଛି ।