ଭୁବନେଶ୍ୱର : ଖଣ୍ଡଗିରି ମେଳା ଯାତ୍ରା ପଡିଆରେ ମଂଚ ଉପରକୁ ଉଠି ହୋ’ହାଲ୍ଲା କଲେ ଦର୍ଶକ

31

କନକ ବ୍ୟୁରୋ : ଟିକେଟ୍ କାଟିଥିଲେ, ହେଲେ ଦେଖି ପାରିଲେନି ଯାତ୍ରା । ଆଉ ରାତି ଅଧରେ ଯାତ୍ରା ଦେଖିବାକୁ ଆସି ହଟହଟା ହେବା ପରେ ରାଗରେ ମଂଚ ଉପରକୁ ଉଠି ହୋ’ହାଲ୍ଲା କଲେ ଦର୍ଶକ । ଖଣ୍ଡଗିରି ମେଳା ଯାତ୍ରା ପଡିଆରେ ଗତ ରାତିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଖଣ୍ଡଗିରି ମେଳାରେ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇ ଥିବା ଯାତ୍ରା ଇନ୍ଦ୍ରଭୁବନ ଷ୍ଟେଜ ଉପରକୁ ଉଠି କିଛି ଲୋକ ପାଟିତୁଣ୍ଡ କରିଥିଲେ । ସିଟ୍ ନ’ଥାଇ ଅଧିକ ଟିକେଟ ବିକ୍ରି ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।

ଟିକେଟ୍ କିଣି ଭିତରକୁ ପଶିଥିଲେ ମଧ୍ୟ ସିଟ୍ ପାଇ ନ’ଥିବାରୁ ପଇସା ଫେରସ୍ତ ପାଇଁ ସେମାନେ ଦାବି କରିଥିଲେ । ଫଳରେ ଯାତ୍ରା ଇନ୍ଦ୍ରଭୁବନର ଷ୍ଟେଜ ଉପରେ ଅସମ୍ଭାଳ ପରିସ୍ଥିତି ଉପୁଜିଥିଲା । ଶେଷରେ ଖଣ୍ଡଗିରି ପୁଲିସର ହସ୍ତକ୍ଷେପ ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-