ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି : ୟୁନିଭରସିଟିର ପିଜି ବିଭାଗ କଲେଜ ଅଧିନରେ ଥିବାରୁ ତାତିଲେ ଛାତ୍ରଛାତ୍ରୀ

45

କନକ ବ୍ୟୁରୋ :  ଦୁଇ ବର୍ଷ ତଳେ ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଖଲ୍ଲିକୋଟ ସ୍ୱୟଂ ଶାସିତ କଲେଜ, ବିଶ୍ୱ କ୍ଲଷ୍ଟର ବିଦ୍ୟାଳୟରେ ରୂପାନ୍ତର ହୋଇଥିବା ଘୋଷଣା କରିଥିଲେ । ହେଲେ ଆଜି ଯାଏଁ ବିଶ୍ୱ ବିଦ୍ୟାଳୟର କେତେକ ବିଭାଗ କଲେଜ ଅଧିନରେ ଥିବା ଜଣାପଡିଛି । ଯାହାକୁ ନେଇ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାର ଛଳନ କରିଥିବା ଅଭିଯୋଗ କରି କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ ।

୨୦୧୫ରେ ଖଲ୍ଲିକୋଟ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ଭାବେ ଅପଗ୍ରେଡ଼ କରାଯାଇଥିଲା । ହେଲେ ଆଜି ସୁଦ୍ଧା ପିଜି ବିଭାଗ ବିଶ୍ୱ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହୋଇନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ନୂତନ ରେଜିଷ୍ଟର କହୁଛନ୍ତି ସେ ଘଟଣା ସମ୍ପର୍କରେ କିଛି ଜାଣିନାହାନ୍ତି । ଅନେକ ସମୟରେ ଛାତ୍ର ଅଶାନ୍ତିକୁ ନେଇ ଚର୍ଚ୍ଚକୁ ଆସିଥାଏ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱ ବିଦ୍ୟାଳୟ ।