କେଜିଏଫ୍ ସୁପରଷ୍ଟାର ୟଶଙ୍କ ଫ୍ୟାନ ନିଜ ଦେହରେ ଲଗାଇଦେଲେ ନିଆଁ : ୟଶ କହିଲେ, “କାହାର ଫ୍ୟାନ ହେବା ଭଲ କଥା କିନ୍ତୁ ଭକ୍ତ ହେବା ଠିକ୍ ନୁହେଁ ।”

461

କନ୍ନଡ ସିନେମାର ଅଭିନେତା ତଥା କେଜିଏଫ୍ ଅଭିନେତା ୟଶଙ୍କ ଜଣେ ସୁପର୍ ଫ୍ୟାନ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି । ରବି ନିଜ ସାଙ୍ଗ ସାଥୀଙ୍କ ସହ ୟଶଙ୍କ ଜନ୍ମଦିନ(୮ ଜାନୁୟାରୀ)ର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘର ସାମନାକୁ ପହଂଚିଗଲେ । ସେଇଠି ରବିଙ୍କୁ ୟଶଙ୍କ ସହ ଭେଟ ହେବାକୁ ଦିଆଗଲାନି ଓ ଏମିତିରେ ଫ୍ୟାନ ଜଣକ ୟଶଙ୍କ ଘର ସମାନାରେ ନିଜ ଦେହରେ ନିଆଁ ଲଗାଇଦେଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

୮ ଜାନୁୟାରୀ ୨୦୧୯ରେ ଅଭିନେତା ୟଶଙ୍କୁ ( ଅସଲି ନାମ ନବୀନ କୁମାର ଗୌଡ), ୩୩ ବର୍ଷ ହେଲା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ପାଇଁ ଜଣେ ଫ୍ୟାନ ଆସିଲା । ଯିଏକି ପ୍ରତିବର୍ଷ ଶୁଭେଚ୍ଛା ଜଣାଇବା ଓ ସେଲଫି ନେବା ପାଇଁ ଆସେ । କିନ୍ତୁ ଏବର୍ଷ ୟଶ ନିଜ ଜନ୍ମଦିନ ପାଳନ କରୁନଥିଲେ କାହିଁକିନା ତାଙ୍କର ଜଣେ ପରିଜନଙ୍କ ମୃତ୍ୟୁ ହୋଇଯାଇଛି । ଏହି ନ୍ୟୁଜ ସେ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । ଏହାପରେ ବି ରବି ନାମକ ଫ୍ୟାନ ୟଶଙ୍କ ଘରକୁ ପହଂଚିଗଲେ । ତାଙ୍କୁ ୟଶଙ୍କ ସହ ଭେଟ ହେବାକୁ ଦିଆଯାଇନଥିବାରୁ ରବି ନିଜ ଉପରେ ପେଟ୍ରୋଲ ଢ଼ାଳି ୟଶଙ୍କ ଘର ସାମନାରେ ନିଜକୁ ନିଆଁ ଲଗାଇଦେଲେ । ଏହାପରେ ଆଖପାଖ ଲୋକ ତାଙ୍କ ଉପରେ କମ୍ବଳ ଢ଼ାଙ୍କି ତାଙ୍କୁ ଭିକ୍ଟୋରିଆ ହସପିଟାଲ ନେଇଗଲେ । ରବିଙ୍କ ଶରୀର ୭୦% ପୋଡିଯାଇଥିଲା । କିଛି ସମୟ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରିବା ପରେ ସେ ପ୍ରାଣ ହରାଇଛନ୍ତି ।

ଏହାପରେ ୟଶ କହିଛନ୍ତି କି, “କାହାର ଫ୍ୟାନ ହେବା ଭଲ କଥା କିନ୍ତୁ ଭକ୍ତ ହେବା ଠିକ୍ ନୁହେଁ । ଏହା ମୋ ଫ୍ୟାନ ମାନଙ୍କ ପାଖକୁ ଠିକ୍ ମେସେଜ୍ ଯାଉନି ।”