କେନ୍ଦୁଝର ଜିଲ୍ଲା ଟୋଲଙ୍ଗପଡା ଗାଁର ରାସ୍ତା ସମସ୍ୟା : ନିଜ ଗାଁ ରାସ୍ତା ନିଜେ ତିଆରି କଲେ ଗ୍ରାମବାସୀ

43

କନକ ବ୍ୟୁରୋ : ସବୁ ଗାଁକୁ କରାଯିବ ପକ୍କା ରାସ୍ତା । ଏହା ଥିଲା ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ଶାସନ କାଳରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି । ହେଲେ ଏହାର ବ୍ୟତିକ୍ରମ ଦେଖାବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ହରିଡାପାଳ ପଚାୟତ ଅନ୍ତର୍ଗତ ଟୋଲଙ୍ଗପଡା ଗାଁରେ । ଏହି ଗାଁରେ ବସବାସ କରନ୍ତି ୩୦୦ ରୁ ଉର୍ଦ୍ଧ୍ୱ ପରିବାର । ମୁଖ୍ୟ ସମସ୍ୟା ହେଲା ଗାଁ ର ରାସ୍ତା । ଫଳରେ ବିଭିନ୍ନ ସମୟରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥାଏ । ଜରୁରୀକାଳୀନ ଓ ଆପତ୍ତକାଳୀନ ଗାଡି ଗାଁ ଭିତରକୁ ଆସିପାରେ ନାହିଁ । ଲୋକମାନେ ନାନା ଅସୁବିଧା ସମ୍ମୁଖିନ ହେଉଛନ୍ତି ।

ଥରେ ଗାଁରେ ନିଆଁ ଲାଗିଥିଲା । ଦମକଳ ଗାଡି ଗାଁ କୁ ପଶିପାରିଲା ନାହିଁ । ଗାଁ ବାହାରେ ରହି ନିଆଁକୁ ଆୟତ୍ତ କରିବା ପୂର୍ବରୁ କିଛି ଘର ପୋଡିଗଲା । ବାରମ୍ବାର ପ୍ରଶାସନ ଅଧିକାରୀ ମାନଙ୍କୁ ଜଣାଇଲେ ମଧ୍ୟ କିଛି ସମାଧାନ ଏଯାଏ ହୋଇନାହିଁ । ନିରାଶ ହୋଇ ଗ୍ରାମବାସୀମାନେ ଘରଘର ଟଙ୍କା ଆଦାୟ କରି ନିଜେ ରାସ୍ତା ତିଆରି କରୁଛନ୍ତି । ସେପଟେ ଆନନ୍ଦପୁର ବିଡିଓଙ୍କୁ ଏକଥା ପଚରାଯିବାରୁ ଏହାକୁ ଅନୁଧ୍ୟାନ କରି ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ତୁରନ୍ତ ସରକାର ଏହି ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେଲେ ଗ୍ରାମବାସୀ ମାନଙ୍କର ଯାତାୟତ ସୁବିଧା ହୋଇପାରିବ ବୋଲି ଲୋକଙ୍କର ଦାବୀ ।