କିରୋସିନ୍ ନିଆଁରେ ଜଳିଲା ରାଜ୍ୟ ରାଜନୀତି ! ଯୋଗାଣ ମନ୍ତ୍ରୀ କହିଲେ,କେନ୍ଦ୍ରରୁ ମିଳୁନି ଯଥେଷ୍ଟ

30

କନକ ବ୍ୟୁରୋ : କିରୋସିନ୍ ଲଗାଇଲା ବିଜେଡି ବିଜେପିରେ ନିଆଁ । ଆଜି ଖାଦ୍ୟଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମୀଳନୀ ଡାକି କହିଛନ୍ତି କେନ୍ଦ୍ର ସରକାର ସଙ୍କିର୍ଣ୍ଣ ମନୋଭାବରୁ ଉପରକୁ ଉଠି କାମ କରନ୍ତୁ । ଓଡିଶାକୁ ମିଳୁଥିବା କିରୋସିନ୍ ଯଥେଷ୍ଟ କମ ବୋଲି ମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା ।

ଧର୍ମେନ୍ଦ୍ର କହିଥିଲେ ମୁଖ୍ୟମନ୍ତ୍ରୀ , ରାଜ୍ୟପାଳ ଓ ସେ ନିଜେ ମଧ୍ୟ କିରୋସିନ୍ ନେବାର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର । ଏହାର ଜବାବରେ ବିଜେଡି କହିଥିଲା ଧର୍ମେନ୍ଦ୍ର ଜଣେ ମିଛୁଆ ମନ୍ତ୍ରୀ ।

ଦେଖନ୍ତୁ ଏହି ଭିଡିଓ-