ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଘୋଡ଼ା ଚଢି ପରୀକ୍ଷା ଦେବାକୁ ଯାଉଥିବା ଝିଅର ଭିଡିଓ ! ୟୁଜର୍ସ କହିଲେ ବାହୁବଲୀ ସେନା , ଦେଖନ୍ତୁ ଭିଡିଓ 

319

ଘୋଡ଼ା ଚଢିବା ସଉକ ସମସ୍ତଙ୍କ ମଧ୍ୟରେ ନଥାଏ । ଖୁବ୍ କମ୍ ଲୋକ ହିଁ ପ୍ରଶିକ୍ଷଣ ନେଇ ଘୋଡ଼ା ଚଢିଥାନ୍ତି । କିନ୍ତୁ କଅଁଳ ବୟସରେ ଯଦି ଜଣେ ଘୋଡାରେ ବସି ପ୍ରଶିକ୍ଷକ ଭଳି ଘୋଡ଼ା ଦଉଡ଼ାଏ ତେବେ ଆପଣ ଆଶ୍ଚର୍ଯ୍ୟ ହେବା ଏକ ସାଧାରଣ କଥା । କେରଳର ତ୍ରିଶୂଳ ନାମକ ଏକ ସ୍ଥାନରେ ଜଣେ ଝିଅ ଘୋଡା ଚଢି ପରୀକ୍ଷା ଦେବାକୁ ଯାଉଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ବାଇକ୍ ରେ ବସି ଯାଉଥିବା ଜଣେ ବ୍ୟକ୍ତି ଏହି ଝିଅଟିର ଭିଡିଓ ସୁଟ୍ କରି ସୋସିଆଲ୍ ମିଡିଆରେ ଛାଡିଛନ୍ତି । ଏହି ଭିଡିଓ ଏବେ ଲଗାତାର ସୋସିଆଲ୍ ସାଇଟରେ ଭାଇରାଲ୍ ହେବାକୁ ଲାଗିଛି ।

ଏହି ଭିଡିଓରେ ଆପଣ ଦେଖୁଥିବେ ପିଠିରେ ବ୍ୟାଗ୍ ଝୁଲାଇ ଏହି ଛାତ୍ରୀ ଜଣକ ପରୀକ୍ଷା ସେଣ୍ଟରରେ ପହଂଚିଛନ୍ତି । ଏହି ଭିଡିଓ ଦେଖି ୟୁଜର୍ସ ଏହି ଝିଅଟିକୁ ବାହୁବଲୀ ସେନା ବୋଲି ଡାକୁଛନ୍ତି । ଭିଡିଓଟି ଭାଇରାଲ୍ ହେବା ପରେ ମହେନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଝିଅଟିର ପ୍ରଶଂସା କରିବା ସହ କହିଥିଲେ ଯେ ଏହି ଝିଅର ଫଟୋ ମୋତେ ମୋ ସ୍କ୍ରିନ୍ ସେଭର୍ ପାଇଁ ଦରକାର ଅଛି । ଜଣେ ୟୁଜର୍ସ ଏହି ଝିଅଟିର ନାଁ “କ୍ରିଷ୍ଣା” କହିଥିବା ବେଳେ ଘୋଡାର ନାଁ “ରାଣା କ୍ରିଷ୍ଣା” ବୋଲି କହିଛନ୍ତି ।