କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ କେରଳର ସାବରିମାଳା ମନ୍ଦିର । ସେହି ମନ୍ଦିରର ପ୍ରଶାସନର କହିବା ଅନୁସାରେ ପୂର୍ବରୁ ମନ୍ଦିର ଭିତରକୁ କୈାଣସି ମହିଳା ପ୍ରବେଶ କରିପାରିବେ ନାହିଁ ବୋଲି ଏକ ନିୟମ ରହିଛି । ତେବେ ଏପରି ନିୟନ କେବେଠାରୁ ପ୍ରଚଳିତ ହେଉଛି ତାହା କିଏ ଓ କେଇଁଥି ପାଇଁ ଏପରି ନିୟମ କରିଛନ୍ତି ତାହାକୁ କୋର୍ଟରେ ମନ୍ଦିର ପ୍ରଶାସନ ଦାଖଲ କରିବା ପାଇଁ କୁହାଯାଇଛି । ତେବେ କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ସଂକ୍ରାନ୍ତରେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ମନ୍ଦିର ପ୍ରଶାସନ ପକ୍ଷରୁ ମହିଳାଙ୍କ ପ୍ରବେଶ ନେଇ ଯେଉଁ ନିଷେଧାଦେଶ ଲାଗୁ ହୋଇଛି, ତାହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଯଦି ପ୍ରଶାସନ ଏ ନେଇ କୌଣସି ଯୁକ୍ତି ଦର୍ଶାଇ ନ ପାରେ, ତେବେ ନିଷେଧାଦେଶର କୌଣସି ମୂଲ୍ୟ ରହିବ ନାହିଁ। ତା’ଛଡ଼ା କେଉଁ ପୁରୁଣା ଧାର୍ମିକ ବିଶ୍ୱାସକୁ ଆଖିରେ ରଖି ଏଭଳି ନିୟମ ଅଣାଯାଇଛି ଏବଂ ଏହା କେତେବର୍ଷ ହେଲା ଚଳିଆସୁଛି, ସେଥିପାଇଁ ମନ୍ଦିର ପ୍ରଶାସନ ସ୍ପଷ୍ଟ ଭାବେ ଦର୍ଶାଇବା ଆବଶ୍ୟକ। ତେବେ ସବୁଠୁ ମୁଖ୍ୟ କଥା ହେଉଛି ମନ୍ଦିର ପ୍ରଶାସନ ଯାହା ବି ପଦକ୍ଷେପ ନିଅନ୍ତୁ ବା ଯେଉଁପ୍ରକାର ନିୟମ ଆଣନ୍ତୁ, ତାହା ସାମ୍ବିଧାନିକ ନୀତିନିୟମ ଦିଗରୁ ସ୍ୱୀକୃତ ହେବା ଉଚିତ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି। କେବଳ କେରଳର ଏହି ମନ୍ଦିର ନୁହେଁ ବରମ ସାରା ଦେଶରେ ଅନେକ ମନ୍ଦିର ଏପରି ରହିଛି ଯେଉଁଠି କି କାହାର ନା କାହାର ପ୍ରବେଶ ଉପରେ କଟକଣା ରହିଛି । ଅନେକ ସମୟରେ ଏପରି ସମ୍ବେଦେନ ଶୀଳ ବିଷୟରେ କୋର୍ଟରେ ମାମଲା ହୋଇଛି । ତେଣୁ ଉପଯୁକ୍ତ ପ୍ରମାଣ ଦାଖଲ ନକରାଗଲେ ସମ୍ବିଧାନ ଅନୁସାରେ କୋର୍ଟ ତାଙ୍କ ରାୟ ଶୁଣାଇବେ ବୋଲି ଖଣ୍ଡପୀଠ କହିଛନ୍ତି ।