କେରଙ୍ଗରେ କୁକୁଡ଼ା ମରା ଅଭିଯାନ ଆରମ୍ଭ : ପ୍ରାଥମିକ ପର୍ଯ୍ୟାୟରେ ୧୧୪ କୁକୁଡା ମାରିଲା ପ୍ରଶାସନ

25

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଆଜି ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାଥମିକ ପର୍ଯ୍ୟାୟରେ  ୧୧୪ଟି କୁକୁଡା ମରାଯାଇଛି । ତେବେ କୁକୁଡା ପିଛା ୯୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି । ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ କୁକୁଡା ମାରି ଅଭିଯାନ ଆରମ୍ଭ ହୋଇଛି ।

୨୦୧୨ରେ ଏହିଠାରୁ ବାର୍ଡ ଫ୍ଲୁ ବ୍ୟାପିଥିଲା । ତେଣୁ ପ୍ରଥମେ ଏହି ଫାର୍ମରେ କୁକୁଡା ମାରିବାକୁ ଅଡି ବସିଛନ୍ତି । ହେଲେ ଜିଲ୍ଲାପାଳଙ୍କ କହିବା ହେଲା, ଫ୍ଲୁ ଚିହ୍ନଟ ହୋଇଥିବା ସ୍ଥାନରୁ ୧ କିଲୋମିଟର ପରିଧି ଭିତରେ କୁକୁଡା ମାରିବାକୁ ଗାଇଡ ଲାଇନ ରହିଛି । ଏବଂ ସେହି ଅନୁସାରେ ପ୍ରଶାସନ ପ୍ରଥମେ କୁକୁଡା ମାରିବା ଆରମ୍ଭ କରିବ । ତେବେ କାହିଁକି ସେହି ନିର୍ଦ୍ଦିଷ୍ଟ ଫାର୍ମରେ କୁକୁଡା ମରାଯାଉ ନାହିଁ ବୋଲି ଗାଁଲୋକେ ଆପତି କରିବାକୁ ଗତକାଲି ଆରମ୍ଭ ହୋଇପାରିନଥିଲା କୁକୁଡା ମରା ଅଭିଯାନ । ସଂଧ୍ୟାରେ ଗ୍ରାମବାସୀଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା ପରେ ଲୋକେ କୁକୁଡା ମାରିବା ପାଇଁ ରାଜି ହୋଇଥିବା ଜଣାପଡିଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :