ସାମ୍ପ୍ରଦାୟିକ ସଦଭାବନାର ଏକ ବିରଳ ଦୃଶ୍ୟ : କେରଳ ବନ୍ୟାରେ ବୁଡ଼ିଲା ମସଜିଦ୍, ମୁସଲମାନଙ୍କ ପାଇଁ ହିନ୍ଦୁ ଖୋଲିଲେ ମନ୍ଦିରର ଦ୍ୱାର

35

ସାମ୍ପ୍ରଦାୟିକ ସଦଭାବନାର ଆଉ ଏକ ଉଦାହରଣରେ କେରଳର ହିନ୍ଦୁ ମନ୍ଦିର ବୁଧବାର ଦିନ ଇଦ୍ ପ୍ରାର୍ଥନା କରିବା ପାଇଁ ମୁସଲମାନଙ୍କ ପାଇଁ ଖୋଲିଲା ମନ୍ଦିର ଦ୍ୱାର ।

ଯେତେବଳେ କିଛି ବିପଦ ଆସେ ସେତେବେଳେ ମଣିଷ ସବୁକିଛି ଭୁଲି ମାନବିକତାକୁ ଧର୍ମ ବୋଲି ଭାବେ। ଏପଟେ କେରଳରେ ବନ୍ୟା ବିପର୍ଯ୍ୟୟରେ ଲୋକ ଛଟପଟ ହେଉଥିବା ବେଳେ ଅନ୍ୟପକ୍ଷରେ ଲୋକଙ୍କ ଭିତରେ ଥିବା ଧର୍ମ ନିରପେକ୍ଷତା ଏକ ନିଆରା ଉଦାହାରଣ ସୃଷ୍ଟି କରିଛି। ଭିନ୍ନ ସଂପ୍ରଦାୟର ଲୋକ ହେଲେ ବି ପରସ୍ପର ପ୍ରତି ସହାନୁଭୂତି ଦେଖାଇ ଏକ ବିରଳ ଉଦାହରଣ ଦେଖାଇଛନ୍ତି କିଛି ଲୋକେ।

କେରଳର ତ୍ରିଶୁର ଜିଲ୍ଲାରେ ଥିବା ଏକ ମନ୍ଦିରର ଦ୍ୱାରା ହଜାର ହଜାର ମୁସଲମାନଙ୍କ ପାଇଁ ଖୋଲାଯାଇଛି। ଇଦ୍ ଅବସରରେ କେରଳୀମାନେ ନିଜର ପଡ଼ୋଶୀ ମୁସଲମାନ ଭାଇଭଉଣୀଙ୍କ ପ୍ରାର୍ଥନା ପାଇଁ ନିଜ ମନ୍ଦିର ଦ୍ୱାର ଖୋଲି ଦେଇଛନ୍ତି। ପାଣି ହେତୁ ମୁସଲମାନମାନେ ମସଜିଦ୍ ଭିତରକୁ ଯାଇ ନପାରିବାରୁ ଶେଷରେ ମନ୍ଦିର ଭିତରେ ରହି ନିଜ ଧର୍ମପାଳନ କରିଛନ୍ତି।

ଏହି ସମୟର ଏକ ଭିଡିଓ ଫେସବୁକରେ ପୋଷ୍ଟ୍ କରାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଶହ ଶହ ମୁସଲମାନ ମନ୍ଦିର ପରିସରରେ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛନ୍ତି।