ସବରିମାଲା ମନ୍ଦିରକୁ ପ୍ରବେଶ କରିପାରିବେ ମହିଳା : ସୁପ୍ରିମକୋର୍ଟ କହିଲେ ,ମନ୍ଦିରକୁ ପ୍ରବେଶ କରିବା ଜନତାଙ୍କ ସାମ୍ବିଧାନିକ ଅଧିକାର

39

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସାରା ଦେଶରେ ମନ୍ଦିର କେଉଁମାନ ପ୍ରବେଶ କରିପାରିବେ ଓ କେଉଁମାନେ କରିପାରିବେ ନାହିଁ ଏହାକୁ ନେଇ ଅନେକ ସ୍ଥାନରେ ଗଣ୍ଡଗୋଳ ପରି ସମସ୍ୟା ଉପୁଡିଛି । ତେବେ ସୁପ୍ରିମକୋର୍ଟ ଏସବୁ ଘଟଣାକୁ ଗମ୍ଭୀରତାର ସହ ନେଇ ଆଈନ ଅନୁସାରେ ନ୍ୟାୟ ଦେବାର ଦେଖାଯାଉଛି । ସେପରି ଏକ ଦେଖିବାକୁ ମଳିଛି କେରଳର ପ୍ରସିଦ୍ଧ ସବ୍ରିମାଲା ମନ୍ଦିରରେ ମିହଳାଙ୍କ ପ୍ରବେଶ ନେଇ ରହିଥିବା କଟକଣାକୁ ସୁପ୍ରିମ୍ କୋର୍ଟଙ୍କ ସମ୍ବିଧାନ ପୀଠ ବିରୋଧ କରିଛନ୍ତି। ଏହି ମନ୍ଦିରରେ ୧୦ ବର୍ଷରୁ ଝିଅଠୁ ଆରମ୍ଭ କରି ୫୦ ବର୍ଷ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା । ତେବେ ଏପରି ମାମଲା ସୁପ୍ରିମକୋର୍ଟ ପହଞ୍ଚିବା ପରେ ଏହା ଉପରେ ରୋକ ଲଗାଇଛନ୍ତି ଏହାସହ ମଙ୍ଗଳବାର ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ପୁରୁଷଙ୍କ ପରି ଏହି ମନ୍ଦିରରେ ମହିଳାଙ୍କର ମଧ୍ୟ ପ୍ରବେଶ କରିବା ଏବଂ ପୂଜା କରିବାର ସମାନ ଅଧିକାର ରହିଛି। ଏହି ମନ୍ଦିର କାହାର ଘରୋଇ ସମ୍ପତ୍ତି ନୁହେଁ, ଏହା ସାର୍ବଜନୀନ ସମ୍ପତ୍ତି ହୋଇଥିବାରୁ ଏଥିରେ ମହିଳାଙ୍କ ପ୍ରବେଶ ଉପରେ କୌଣସି କଟକଣା ରହିପାରିବ ନାହିଁ ବୋଲି ବୁଧବାର ସୁପ୍ରିମ୍ କୋର୍ଟଙ୍କ ସମ୍ବିଧାନ ପୀଠ ଏକ ଐତିହାସିକ ରାୟରେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଆର ଏଫ୍ ନରିମାନ୍, ଏଏମ୍ ଖାନଓ୍ଵିଲକର, ଡିଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ଆଜି ଶୁଣାଣି ସମୟରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ ମନ୍ଦିରରେ ମହିଳାଙ୍କ ପ୍ରବେଶ ଏକ ସ୍ୱାଭାବିକ କାର୍ୟ୍ୟ ଏଥିରେ କୌଣସି କଟକଣା କିମ୍ବା ଆଇନଗତ ଜଟିଳତାର ଆବଶ୍ୟକ ନାହିଁ। ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶକୁ ରୋକିବା ସମ୍ବିଧାନ ବ୍ୟବସ୍ଥାର ବିରୋଧୀ। ଥରେ ମନ୍ଦିର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବାପରେ ଏଠାକୁ ସମସ୍ତେ ଯାଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ସବ୍ରିମାଲା ମନ୍ଦିରରେ ୧୦ ବର୍ଷରୁ ଝିଅଠୁ ଆରମ୍ଭ କରି ୫୦ ବର୍ଷ ମହିଳାଙ୍କ ପ୍ରବେଶ ଉପରେ ନିଷିଦ୍ଧ ନେଇ ଥିବା ଦୀର୍ଘ ୮୦୦ ବର୍ଷର ପରମ୍ପରାକୁ ଆବେଦନକାରୀ ‘ଭାରତୀୟ ଯୁବ ଆଇନଜୀବୀ ସଂଗଠନ’ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏହି ମାମଲାରେ ଗତ ମଙ୍ଗଳବାରଠାରୁ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଗତବର୍ଷ ଏକ ସାମ୍ବିଧାନିକ ଖଣ୍ଡପୀଠକୁ ଏହି ମାମଲାର ବୈଧତା ପରୀକ୍ଷା କରିବାପାଇଁ କହିଥିଲେ। ଇତିମଧ୍ୟରେ କେରଳ ମନ୍ତ୍ରୀ କେ ସୁରେନ୍ଦ୍ରନ୍ କହିଛନ୍ତି ଯେ କେରଳ ସରକାର ମନ୍ଦିର ମଧ୍ୟକୁ ମହିଳାଙ୍କ ପ୍ରବେଶ ମାମଲାର ସମର୍ଥନ କରୁଛନ୍ତି। ଏନେଇ କେରଳ ସରକାର ମଧ୍ୟ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସାରିଛନ୍ତି। ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତତ୍କାଳ କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି। ତେବେ କୋର୍ଟ କହିଛନ୍ତି ଭାରତରେ ଅନେକ ମନ୍ଦିରରେ ସେଠାକୁ କେଉଁମାନେ ଯିବେ ବା ଯିବେ ନାହିଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ ପ୍ରତ୍ୟେକ ସମୟରେ ଏପରି ମାମଲା କୋର୍ଟରେ ରୁଜୁ କରାଯାଉଥିବା ଦେଖାଯାଉଛି । ତେବେ ଭାରତର ସମ୍ବାଧାନ ଯାହା କହୁଛି ତାହାକୁ ଭିତ୍ତି କରି ଖଣ୍ଡପୀଠ ରାୟ ଶୁଣାଉଛନ୍ତି ବୋଲି କୋର୍ଟ କହିଛନ୍ତି ।