କେରଳରେ ବର୍ଷାର କରାଳ ରୂପ । ତାମିଲନାଡୁ ଓ କର୍ଣ୍ଣାଟକକୁ ମଧ୍ୟ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

28

କନକ ବ୍ୟୁରୋ : ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । କେରଳରେ ବର୍ଷା ବିଭୀଶିକା ରଚିବା ପରେ ଏବେ ତାମିଲନାଡୁ ଓ କର୍ଣ୍ଣାଟକକୁ ହାଇଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି । କେରଳରେ ବର୍ତ୍ତମାନ ସମୟରେ ୭୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ ନିୟୋଜିତ ହୋଇଛନ୍ତି । ଗତକାଲିଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ କୋଟି ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି । ଏହାସହ ଆଜି ସକାଳୁ ହିଁ କୋଚି ମେଟ୍ରୋ ସେବା ବନ୍ଦ ରଖିଛି ସ୍ତାନୀୟ ପ୍ରଶାସନ । ଏର୍ଣ୍ଣାକୁଲମରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି ।

ଅଲପୁଜାରେ ଅଞ୍ଚକୋଇଲି ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀ କୂଳରେ ଥିବା ଲୋକମାନଙ୍କୁ ଅନ୍ୟତ୍ର ଯିବାପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କେରଳର ସମସ୍ତ ଟ୍ରେନିଂରେ ଥିବା ଯବାନମାନଙ୍କୁ ଉଦ୍ଧାରକାର୍ଯ୍ୟରେ ଲଗାଯାଇଥିବା ସେଠାକାର ସରକାର ସୂଚନା ଦେଇଛନ୍ତି । ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଅନେକ ସ୍ଥାନରେ ବର୍ଷା ପ୍ରବଳ ଲାଗି ରହିଛି । କେରଳରେ ଅନେକ ନଡିଆ ଗଛ ଉପୁଡିପଡିଥିବା ଜଣାପଡିଛି । ଏହାସହ ଅନେକ ପର୍ଯ୍ୟଟକ ଅନେକ ସ୍ଥାନରେ ଫଶି ରହିଛନ୍ତି । ତେବେ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।

 

ପ୍ରବଳ ବର୍ଷା ହେଉଥିବା କାରଣରୁ ଅନେର ଡ୍ୟାମର ଗେଟ ଗୁଡିକ ଖୋଲାଯିବା ଫଳରେ ଅନେକ ସ୍ଥାନରେ ବର୍ଷାପାଣି ସହ ବନ୍ୟାପାଣି ଜମିରହିଛି ତେଣୁ ସେଠାରେ ପରିସ୍ଥିତି ଅସମ୍ଭାଲ ହୋଇପଡିଥିବା ଜଣାପଡିଛି । ଏହାସହ ସେଠାରେ ସେନା ପକ୍ଷରୁ ୪୦ଟି ଆଶ୍ରୟସ୍ଥଳୀ ମଧ୍ୟ ଖୋଲାଯାଇ ୧୧୮୦ ଲୋକଙ୍କୁ ରଖାଯାଇଛିଥିବା ସୂଚନା ମିଳିଛି । ତେବେ ୱାୟନାଡ,କୋଝିକୋଡ, କନ୍ନୁର, କାସରଗୋଜ, ମଲ୍ଲପୁରମ ଓ ପଲ୍ଲକଡ ଆଦି ସ୍ଥାନକୁ ଅଧିକ ସତର୍କ ରଖାଯାଇଛି ।