କେରଳରେ ବର୍ଷାର ତାଣ୍ଡବ : ବନ୍ୟା ନେଲାଣି ୨୬ ଜୀବନ, ଉଦ୍ଧାର କାର୍ଯ୍ୟରେ ସେନା ଓ ଏନଡିଆରଏଫ

55

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୬ ଜଣଂକ ଜୀବନ ଯାଇଛି । ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୪ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି ଏହାସହ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କେରଳରେ ବର୍ଷା ଯୋଗୁ ହଜାର ହଜାର ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିବାବେଳେ ପ୍ରଭାବିତ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଲଗାଣ ବର୍ଷା ଯୋଗୁ ଭାଲାପଟ୍ଟନମ୍ ଓ କୂପମ୍ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଅଲାପୁଝା, କନ୍ନୁର ଆଦି ଅଂଚଳରେ ସଙ୍ଗିନ୍ ହୋଇଛି ବନ୍ୟା ପରିସ୍ଥିତି । ନଦର ଜଳସ୍ତର ବଢ଼ୁଥିବାରୁ ୨୪ଟି ଡ୍ୟାମର ଗେଟ୍ ଖୋଲାଯାଇଛି । ବର୍ଷାର ମାତ୍ରା ଏତେ ଅଧିକ ଯେ ଦୀର୍ଘ ୨୬ ବର୍ଷ ପରେ ଇଡୁକି ଜଳଭଣ୍ଡାରରୁ ଜଳ ନିଃଷ୍କାସନ ପାଇଁ ଗେଟ୍ ଖୋଲିଛି । ଏପଟେ ଡ୍ୟାମରୁ ଜଳ ଛଡ଼ାଯାଉଥିବାରୁ ବନ୍ୟା ପରିସ୍ଥିତି ଆହୁରି ସଂଗୀନ ହେବାର ଆଶଂକା ରହିଛି । ରାଜ୍ୟର କିଛି ପ୍ରମୁଖ ଡ୍ୟାମ୍ରୁ ଜଳ ନିଃଷ୍କାସନ ଜାରି ଥିବା, ଚିନ୍ତା ବଢ଼ାଇଦେଇଛି । ବନ୍ୟା ଯୋଗୁ କେରଳରେ ରେଳସେବା ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କୋଚି ବିମାନବନ୍ଦରକ୍ୁ ମଧ୍ୟ ବନ୍ଦ ରଖାଯାଇଛି ।

ସେପଟେ କେରଳ ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି । ପାଇଁ ସେନା ଓ ଏନଡିଆର୍ଏଫ୍କୁ ମୁତୟନ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫର ୬ଟି ଦଳକୁ ମୁତୟନ କରାଯାଇଛି । ଆହୁରି ୪ଟି ଏନଡିଆରଏଫ ଟିମ୍ ଚେନ୍ନାଇରୁ କେରଳ ଯାଉଛି । ସେହିପରି ୧୨୨ ଇନଫ୍ୟାଂଟ୍ରି ବାଟାଲିଅନର ୩୦ ସଦସ୍ୟ ବିଶିଷ୍ଟ ସ୍ୱତନ୍ତ୍ର ଟିମ୍ ତଦାରଖ କାର୍ଯ୍ୟରେ ରଖାଯାଇଛି । ମୁଖ୍ୟମନ୍ତ୍ରୀ ପିନରି ବିଜୟନ ଜରୁରୀ କାଳୀନ ବୈଠକ ଡକାଇଛନ୍ତି । ପ୍ରଶାସକୁ ସଜାଗ ରଖାଯିବା ସହ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ସେପଟେ କେନ୍ଦ୍ର ସରକାର ମଧ୍ୟ ଉଦ୍ଧାର ଓ ରିଲିଫ୍ କାମ ପାଇଁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ବିଜୟନଂକ ସହ ବନ୍ୟା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି ।


କେରଳର ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି । କେଉଁଠି ଘର ବୁଡ଼ିଯାଇଛି ତ କେଉଁଠି ରାସ୍ତା ଘାଟ । ଗାଁ ତ ଗାଁ ସହର ବି ବାଦପଡ଼ିନି ପ୍ରକୃତି କୋପରୁ । କେରଳରେ ଭୟାବହ ହେବାରେ ଲାଗିଛି ବନ୍ୟା ପରିସ୍ଥିତି । ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜଳ ସହରତଳି ଅଂଚଳରେ ପ୍ରବେଶ କରିଛି । ସେପଟେ କେରଳର ଆଭ୍ୟନ୍ତରୀଣ ଅଂଚଳରେ ସଂଗୀନ ହୋଇଛି ସ୍ଥିତି । ଗାଁରୁ ସହର, ବସ୍ତିରୁ ଜଙ୍ଗଲ ସବୁଠି ଜଳପ୍ରଳୟର ଦୃଶ୍ୟ । କେରଳରେ ସାଧାରଣ ଜୀବନ ଯେମିତି ଅଟକି ଯାଇଛି ବନ୍ୟା ଯୋଗୁଁ ।