ନିଫା ଭାଇରସରେ ମୃତ୍ୟୁ ପୂର୍ବରୁ ଭାବପ୍ରବଣ ଚିଠି ଲେଖିଲେ ଚିକିତ୍ସା କରୁଥିବା ନର୍ସ ! ଦୁଇ ପିଲାଙ୍କ ଯତ୍ନ ନେବାକୁ ସ୍ୱାମୀଙ୍କୁ ଦେଲେ ସନ୍ଦେଶ

42

କନକ ବ୍ୟୁରୋ : ବଢୁଛି ନିଫା ଭାଇରସ ଆତଙ୍କ । ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେରଳ ଦେଖାଯାଇଥିବା ଏହି ଭାଇରସ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି । ସେପଟେ କେରଳରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ନର୍ସ ମଧ୍ୟ ଏହା କବଳରେ ପଡି ପ୍ରାଣ ହରାଇଛନ୍ତି । ନିଜ ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଏହି ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନିଜ ପିଲାଙ୍କ ଯତ୍ନ ନେବା ପାଇଁ ସ୍ୱାମୀଙ୍କୁ ସନ୍ଦେଶ ଦେଇଛନ୍ତି ।

ଏପରିକି କାଳେ ନିଫା ଭାଇରସ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ବ୍ୟାପିଯିବ ସେହି ଭୟରେ ସେ ନିଜ ପରିବାରଠାରୁ ମଧ୍ୟ ଦୂରେଇ ରହିଥିଲେ । ସେପଟେ ଭୂତାଣୁ ସଂକ୍ରମଣ ଭୟରେ ତରବରିଆ ଭାବେ ତାଙ୍କ ଅନ୍ତିମସଂସ୍କାର କରାଯାଇଛି । କେରଳରେ ଏଡି ଭୂତାଣୁ ବ୍ୟାପିବାକୁ ଲାଗିଥିବା ଯୋଗୁଁ ଲୋକଙ୍କୁ ନିଫା ଭାଇରସ ସମ୍ପର୍କରେ ସଚେତନ କରାଯାଉଛି । ମାସ୍କ ପିନ୍ଧି ଘରୁ ବାହାରିବାକୁ ପରାମର୍ଶ ଦିଆଯାଉଛି । ବିଶେଷ ଭାବେ ବାଦୁଡି ଦ୍ୱାରା ଏହି ଭାଇରସ ବ୍ୟାପୁଥିବାରୁ ନଳକୂପ ଓ ଗଛ ଉପରେ ଜାଲ ବିଛାଉଛି ପଶୁବିଭାଗ । ସେପଟେ କେରଳରେ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେଉଁ ପରିବାରର ୩ଜଣ ନିଫା ଭାଇରସ ଯୋଗୁଁ ପ୍ରାଣ ହରାଇଛନ୍ତି ତାଙ୍କ ଘର ନିକଟରୁ ଅନେକ ବାଦୁଡି ଠାବ କରାଯାଇଛି ।