ଏହି ଏନଡିଆରଏଫ ଯବାନଙ୍କୁ ସଲାମ ନକରି ଆପଣ ରହି ପାରିବେନି ।

31

କେରଳରେ ବନ୍ୟାର କରାଳ ରୂପ । ବନ୍ୟା ବିଭିଷୀକା ନେଲାଣି ୩୭ ଜୀବନ । ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଏମିତି ଦୃଶ୍ୟ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏନଡିଆରଏଫର ଜଣେ କନଷ୍ଟେବଳଙ୍କୁ ନେଇ ଚର୍ଚ୍ଚା ହେଉଛି । ସାରା ରାଜ୍ୟରେ ବନ୍ୟା ତାଣ୍ଡବ ରଚୁଥିବା ବେଳେ ଏନଡିଆରଏଫର କହ୍ନେୟା କୁମାର ବୁଡି ଯାଉଥିବା ବ୍ରିଜରୁ ଗୋଟିଏ ଛୋଟ ପିଲାକୁ ଉଦ୍ଧାର କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି କନଷ୍ଟେବଳ ଜଣକ ହେଉଛନ୍ତି ବିହାରର କହ୍ନେୟା କୁମାର ।

ସୂଚନା ମୁତାବକ ବନ୍ୟା ପ୍ରଭାବରେ କେରଳର ଇଡ୍ଡୁକି ଜିଲ୍ଲାରେ ବୁଡିଯାଉଥିବା ଏକ ବ୍ରିଜରୁ କୁନି ପିଲାକୁ ଉଦ୍ଧାର କରିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବିପଦ ସଂକୁଳ ଅବସ୍ଥାରେ ନିଜ ଜୀବନକୁ ବାଜି ଲଗେଇ କହ୍ନେୟା କରିଛନ୍ତି ଏମହି ଚମକ୍ରାର । କୌଣସି ବି ମୂହୂର୍ତ୍ତରେ ବନ୍ୟାର କରାଳ କାୟାରେ ବୁଡି ଯାଉଥିବା ବ୍ରିଜରୁ ଜୀବନ ବାଜି ଲଗାଇବାକୁ ପଛାଇ ନଥିଲେ ଏହି ଏନଡିଆରଏଫ କନଷ୍ଟେବଳ କହ୍ନେୟା । ଯାହାକୁ ନେଇ କେରଳ ନୁହେଁ ବଂର ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ତେବେ ଏହି ଘଟଣାକୁ ନେଇ ହିରୋ ବନିଥିବା କହ୍ନେୟା କହିଛନ୍ତି ଯେ, “ ଆମେ ଛିଡା ହୋଇଥିବା ବ୍ରିଜର ଅପରପକ୍ଷେ କେହି ଜଣେ ପିଲାକୁ ଧରି ପାଟି କରିଥିବା ଶୁଣିଥିଲି । ହଠାତ୍ ସେହି ସମୟରେ ବ୍ରିଜ୍ ବୁଡିବାକୁ ଲାଗିଲା । ସେ ମୁହୁର୍ତ୍ତରେ ମୁଁ ଆଗ ପଛ କିଛି ଭାବି ନଥିଲି, ଏପରିକି ମୋ ସହିତ ସ୍ଥାନୀୟ ରାଜନେତା, ଅଫିସର, କର୍ମଚାରୀ ମାନେ ଥିଲେ ସୁଦ୍ଧା ସେତେବେଳେ ମୁଁ ସେମାନଙ୍କ ବିଷୟରେ କିଛି ନଭାବି ବୁଡି ଯାଉଥିବା ବ୍ରିଜ୍ ରୁ ପିଲାକୁ ଧରି ଦୌଡିବାକୁ ଲିଗିଲି । ମୋ ପଛେ ପଛେ ପିଲାର ବାପା ଦୌଡି ପଳେଇ ଆସିଥିଲେ ଯାହାକି ଉଭୟଙ୍କ ଜୀବନ ରକ୍ଷା ହୋଇ ପାରିଛି ବୋଲି କହିଛନ୍ତି କହ୍ନେୟା । ଠିକ୍ କିଛି ସମୟ ପରେ ବିଜ୍ର୍ ଟି ବନ୍ୟାର କରାଳ କାୟାରେ ବୁଡିଯାଇଥିଲା । ଏନଡିଆରଏଫର ବରିଷ୍ଠ ଅଧିକାରୀଙ୍କ କହିବା ମୂତାବକ କହ୍ନେୟା ଉଦ୍ଧାରକାର୍ଯ୍ୟରେ ୬ ବର୍ଷର ଅଭିଜ୍ଞତା ରଖିଛନ୍ତି । ତେଣୁ ଏହି ସାହସିକତା ପାଇଁ ଏନଡିଆରଫ ଟିମ ତାଙ୍କୁ ନେଇ ଗର୍ବିତ ।