କେରଳରେ ବନ୍ୟା ରିଲିଫ ପାଣ୍ଠି ଏକତ୍ର ପାଇଁ ସରକାରଙ୍କ ନୂଆ ପ୍ରୟାସ : ମଦ ଉପରେ ଟିକସ ବଢ଼ାଇଲେ କେରଳ ସରକାର

21

କନକ ବ୍ୟୁରୋ : କେରଳରେ ବନ୍ୟାକ୍ଳିଷ୍ଟ ଲୋକମାନଙ୍କ ରିଲିଫ୍ ଓ ଥଇଥାନ ନିମନ୍ତେ ଅତିରିକ୍ତ ପାଣ୍ଠି ଯୋଗାଡ଼ କରିବାକୁ ଅର୍ଥମନ୍ତ୍ରୀ ଟୋମାସ୍ ଆଇଜାକ୍ ଗୁରୁବାର ଦିନ ମଦ ଉପରେ ଅବକାରୀ ଟିକସ ବଢ଼ାଯାଇଥିବା କଥା ଘୋଷଣା କରିଛନ୍ତି।

ଆଇଜାକ୍ ଟୁଇଟ୍ କରିଛନ୍ତି, “ହଁ, ଆର୍ଥିକ ସଙ୍କଟ ଅଛି। ଆମେ ତାହାକୁ ଦୂରେଇବୁ। ମୁଖ୍ୟମନ୍ତ୍ରୀଙ୍କ ଡିଜାଷ୍ଟର୍ ରିଲିଫ୍ ମ୍ୟାନେଜମେଣ୍ଟ୍ ଫଣ୍ଡ ପାଇଁ ଅତିରିକ୍ତ ସମ୍ବଳ ନିମନ୍ତେ ୧୦୦ ଦିନ ପାଇଁ ମଦ ଉପରେ ଅବକାରୀ ଶୁଳ୍କ ୦. ୫ ରୁ ୩. ୫ ପ୍ରତିଶତ ବଢ଼ାଇ ଦିଆଯାଇଛି। ଅତିରିକ୍ତ ରାଜସ୍ୱ ବାବଦରେ ୨୩୦ କୋଟି ଟଙ୍କା ଆବଶ୍ୟକ ।”

ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ରାଜ୍ୟବ୍ୟାପୀ ଲକ୍ଷାଧିକ ଲୋକ ରିଲିଫ୍ କ୍ୟାମ୍ପରେ ଦିନ କାଟୁଛନ୍ତି। ଭୀଷଣ ବର୍ଷା ଫଳରେ ଆସିଥିବା ବନ୍ୟା ଯୋଗୁଁ ୮୦୦ କୋଟି ଟଙ୍କାର ଆର୍ଥିକ କ୍ଷତି ଘଟିଥିବା କଥା କେରଳ ସରକାର ଆକଳନ କରିଛନ୍ତି।