ସରକାରୀ କାର୍ଯ୍ୟରେ ହେବ ନାହିଁ ‘ଦଳିତ’ ଏବଂ ‘ହରିଜନ’ ଶବ୍ଦର ବ୍ୟବହାର ! କେରଳ ସରକାରଙ୍କ ବଡ଼ ନିଷ୍ପତି

48

କନକ ବ୍ୟୁରୋ : ‘ଦଳିତ’ ଏବଂ ‘ହରିଜନ’ ଶବ୍ଦର ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି କେରଳ ସରକାର । ସରକାରଙ୍କ ପବ୍ଲିକ୍ ରିଲେସନ୍ ବିଭାଗ ଏନେଇ ଏକ ସର୍କୁଲାର୍ ଜାରି କରିଛି । ଯେଉଁଥିରେ ଏହି ଶବ୍ଦ ଗୁଡିକର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ ସର୍କୁଲାରରେ କହିଛି ସମସ୍ତ ସରକାରୀ ବିଭାଗ ନିଜ ଭିତରେ ଯୋଗାଯୋଗ କରିବା ସମୟରେ ଏହି ଶବ୍ଦ ବ୍ୟବହାର କରିବେ ନାହିଁ । ଏହା ପରିବର୍ତ୍ତେ ସିଡ୍ୟୁଲ୍ କାଷ୍ଟ (ଏସସି) ଏବଂ ସିଡ୍ୟୁଲ୍ ଟ୍ରାଇବ୍ (ଏସଟି) ଶବ୍ଦ ବ୍ୟବହାର କରିବେ । ଏପରିକି ସମସ୍ତ ସରକାରୀ ପବ୍ଲିକେସନ୍ ଏବଂ ସରକାରୀ ପ୍ରଚାର ସାମଗ୍ରୀରେ ମଧ୍ୟ ଦଳିତ ଏବଂ ହରିଜନ ଶବ୍ଦର ବ୍ୟବହାରରେ ରୋକ୍ ଲଗାଇବା ପାଇଁ ଅପିଲ୍ କରାଯାଇଛି ।

ମିଳିଥିବା ଖବର ଅନୁଯାୟୀ , ସାମାଜିକ ଭେଦଭାବ ଦୂର କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଛି ବିଭାଗ । କାରଣ ଆଜି ଅନେକ ସ୍ଥାନରେ ଲୋକମାନେ ଭେଦଭାବର ଶିକାର ହେଉଛନ୍ତି । ତେବେ ସରକାରଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିନାହାଁନ୍ତି ଦଳିତ ସଂଘ । ସେମାନଙ୍କ କହିବା ଅନୁଯାୟୀ ‘ଦଳିତ’ ଶବ୍ଦ ହିଁ ସେମାନଙ୍କୁ ସାମାଜିକ ଏବଂ ରାଜନୈତିକ ପରିଚୟ ଦେଇଥାଏ । ତେଣୁ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଛନ୍ତି ।