କେରଳ ବନ୍ୟା ଅପଡେଟ୍ : ଧ୍ୱସଂ ପାଇଛି ୧୬୦୦୦ କି.ମି ସଡକ, ୧୩୪ ପୋଲ,ଚାଲିଯାଇଛି ୩୭୦ ନିରୀହଙ୍କ ଜୀବନ ।

37

ଭୟଙ୍କର ବନ୍ୟା ଏବଂ ବର୍ଷାର ତାଣ୍ଡବରେ ସ୍ତବ୍ଧ କେରଳବାସୀ । ଏଭଳି ଦୁଃଖଦ ପରିସ୍ଥିତିରେ କେରଳକୁ ଚାରିଆଡୁ ସାହାଯ୍ୟର ହାତ ବଢିଛି । କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ କୋଶରେ ସାହୟତା ରାଶି ପ୍ରଦାନ କରୁଛନ୍ତି । ବନ୍ୟାରେ ଫସିଥିବା ହଜାର ହଜାର ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ୍ରାଫ୍, ଏନଡିଆରଏଫ୍ ଏବଂ ସ୍ଥଳସେନାର ଯବାନ । କେରଳରେ କିଭଳି ଭାବେ ସାହାଯ୍ୟ କରାଯାଉଛି ଏବଂ କ’ଣ ରହିଛି ସମ୍ପୁର୍ଣ୍ଣ ଅପଡେଟ୍ ଜାଣନ୍ତୁ ।

୧. ବନ୍ୟା କାରଣରୁ ୭,୨୪,୬୪୯ ପୀଡିତଙ୍କୁ ଆଶ୍ରୟ ଶିବିରରେ ଶରଣ ନେବାକୁ ପଡିଛି । ପୀଡିତଙ୍କ ପାଇଁ ୫,୬୪୫ ଆଶ୍ରୟ ଶିବିର ପ୍ରସ୍ତୁତ କରାଯାଇଛି ।

୨. ବର୍ତ୍ତମାନ ପର୍ଯ୍ୟନ୍ତ ସେନା ଏବଂ ଅନ୍ୟ ଏଜେନ୍ସି ଦ୍ୱାରା ପାଖାପାଖି ୩୮ ରୁ ଅଧିକ ପୀଡିତଙ୍କୁ ଉଦ୍ଧାର କରାଯାଇଛି ।

୩. ୬୭ ହେଲିକପ୍ଟର,୨୪ ପ୍ଲେନ୍,୫୪୮ ମୋଟରବୋଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ।

୪. ପାଖାପାଖି ୧ ଲକ୍ଷ ଯବାନ ସ୍ଥଳସେନା,ନୌସେନା,କୋଷ୍ଟଗାର୍ଡ, ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ପୀଡିତଙ୍କୁ ଉଦ୍ଧାର କରିବାରେ ଲାଗିପଡିଛନ୍ତି ।

୫. ବନ୍ୟାର କରାଳ ତାଣ୍ଡବରୁ ୧୬୦୦୦ କି.ମି ରାସ୍ତା,୧୩୪ ପୋଲ ଭାଙ୍ଗି ଯାଇଛି ।

୬. ହଜାର ହଜାର ଘର ଏବଂ ୪୦ ହଜାରରୁ ଅଧିକ କ୍ଷେତଜମି ଉଜୁଡି ଯାଇଛି ।

୭. ସବୁ ଜିଲ୍ଲାରେ ଜାରୀ କରାଯାଇଥିବା ରେଡ୍ ଆଲର୍ଟକୁ ହଟାଇ ଦିଆଯାଇଛି । ଇଡ୍ଡୁକୀ,କୋଜିକୋଡ୍ ଏବଂ କନ୍ନୁରରେ ୟେଲୋ ଆଲର୍ଟ ଜାରୀ ।

୮. ଆଶ୍ରୟ ସ୍ଥଳୀ ଆଖପାଖରେ ମଧ୍ୟ ରହିଛି ପାଣି,ଯେଉଁ କାରଣରୁ ମହାମାରୀ ବ୍ୟାପିବାର ଭୟ ମଧ୍ୟ ଲାଗିରହିଛି । ଅଲୁବାରେ ୩ ଜଣ ହାଡଫୁଟିରେ ଆକ୍ରାନ୍ତ ,ସେମାନଙ୍କ ଚିକିତ୍ସା ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯାଉଛି ।

୯. ୨୯ ମେ’ରେ ଆସିଥିବା ପ୍ରଥମ ବନ୍ୟାଜଳ ସାଙ୍ଗରେ ମୃତ୍ୟୁର ଦାନବକୁ ନେଇ ଆସିଛି । ଅଲାପ୍ପୁଝା,ଏନ୍ନାକୁଲମ୍ ଏବଂ ତ୍ରିଶୁରରେ ଉଦ୍ଧାର କାର୍ଯ୍ୟ ଜାରୀ ।

୧୦. ବିଭିନ୍ନ ରାଜ୍ୟରୁ ସରକାର,ଏନଜିଓ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଲଗାତାର କେରଳରେ ସହାୟତା ରାଶି,ଖାଦ୍ୟପେୟର ସାମଗ୍ରୀ ପହଞ୍ଚାଇ ଦିଆଯାଉଛି ।