କେରଳର ବନ୍ୟାରେ ଫସିଲେ ଏହି ଫିଲ୍ମ ସୁପରଷ୍ଟାରଙ୍କ ମା’, ଟବ୍ ରେ ବସାଇ ଏଭଳି କରାଗଲା ଉଦ୍ଧାର

67

କିଛି ଦିନ ହେବ ଲଗାଣ ବର୍ଷା ହେତୁ କେରଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏ ପର୍ଯ୍ୟନ୍ତ ଅନେକ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ବନ୍ୟା ପରିସ୍ଥିତିରେ ସୁଧାର ଆସି ପାରିନାହିଁ । କୋଚିରେ ବି ପରିସ୍ଥିତି କିଛି ଠିକ୍ ନାହିଁ । ଏମିତିରେ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମଧ୍ୟ ପ୍ରକୃତିର ବିନାଶରୁ ବର୍ତ୍ତି ପାରିନାହାଁନ୍ତି । ଏହି ସମୟରେ ମାଲାୟାଲମ ଅଭିନେତା ପୃଥ୍ୱୀରାଜ ସୁକୁମାରନଙ୍କ ଘରେ ପାଣି ପଶିଯାଇଥିଲା । କେବଳ ଏତିକି ହିଁ ନୁହେଁ ପୁରା ଘରେ ପାଣି ପଶିଯିବାରୁ ଅଭିନେତାଙ୍କ ମା’ ଙ୍କୁ ଉଦ୍ଧାର କରିବାକୁ ପଡିଲା ।

ଏହି ଅଭିନେତା କୋଚିରେ ପଶ୍ ଅଂଚଳରେ ରୁହନ୍ତି । ଅଭିନେତାଙ୍କ ଘର ବିଳାସପୂର୍ଣ୍ଣ ଫ୍ୟାମିଲିର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ କରାଯାଇଥିବା ସତ୍ୱେ ବି ତାଙ୍କ ଘରେ ପାଣି ପଶିଯାଇଥିଲା । ସକାଳୁ ତାଙ୍କ ମା’ ମଲିକା ସୁକୁମାରନଙ୍କୁ ଉଦ୍ଧାରକାରୀ ଟିମ୍ ଏକ ଟବ ରେ ବସାଇ ବାହାର କରିଥିଲେ । ମଲିକା ମଧ୍ୟ ତାଙ୍କ ସମୟରେ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରହିସାରିଛନ୍ତି ।

ସୂଚନାଯୋଗ୍ୟ, କେରଳରେ ୮ ଅଗଷ୍ଟରୁ ଲୋକମାନେ ବନ୍ୟା ଦ୍ୱାରା ପ୍ରଭାବିତ ଅଛନ୍ତି । ଲଗାତାର ବର୍ଷା କାରଣରୁ ଜଳସ୍ତର ବଢ଼ିଛି ଯଦ୍ୱାରା ଲୋକଙ୍କ ଘରେ ପାଣି ପଶିଯାଇଛି । ପୃଥ୍ୱୀରାଜ ଭଲ ଅଭିନେତା ସହିତ ଜଣେ ପ୍ରଯୋଜକ, ପ୍ଲେ ବ୍ୟାକ ସିଙ୍ଗର ଓ ନିର୍ଦ୍ଦେଶକ ମଧ୍ୟ ।