ମିଛ କହୁଛନ୍ତି କି କେରଳ ମୁଖ୍ୟମନ୍ତ୍ରୀ ? ୟୁଏଇର ୭୦୦କୋଟି ଟଙ୍କାକୁ ନେଇ ବଢିଲା ବିବାଦ

20

କନକ ବ୍ୟୁରୋ : କେରଳରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାପରେ ଅନେକ ଦେଶ ଓ ରାଜ୍ୟ ସହାୟତାର ହାତ ବଢାଇଛନ୍ତି । ତେବେ ୟୁଏଇ ୭୦୦କୋଟି ଟଙ୍କା କେରଳକୁ ଦେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଟଙ୍କା ଭାରତ ସରକାର ଗ୍ରହଣ କରିବେ ନାହିଁ ମନା କରିବା ସହ ଦେଶ ନିଜସ୍ୱ ଅର୍ଥରେ କେରଳର ରାଜ୍ୟକୁ ସମସ୍ତ ସହାୟତା ଯୋଗାଇ ଦେବ ବୋଲି କହିଥିଲେ । ତେବେ ଏହାକୁ ଭାରତ ଆଗ୍ରାହ୍ୟ କରିଦେବାରୁ ଅନେର ନେତା ଭାରତ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ତେବେ ଏକ ଜାତୀୟ ଗଣମାଧ୍ୟମରେ ଏହି ଟଙ୍କାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଏହାସହ କେବେ ବି ୟୁଏଇ ୭୦୦କୋଟି ଟଙ୍କା ସହାୟତା ଯୋଗାଇ ଦେବ ବୋଲି କହିନଥିଲା ବୋଲି ଜଣାପଡିଛି । ୟୁଏଇ ସୂଚନା ଦେଇ କହିଛି ଯେ, ମୁଁ କେବଳ କେରଳକୁ ସାହାର୍ଯ୍ୟ କରିବା ପାଇଁ କହିଥିଲି ହେଲେ କେତେ ପରିମାଣରେ ଟଙ୍କା ଦିଆଯିବ ତାହା କୁହାଯାଇ ନଥିଲା । ଏହି ୭୦୦କୋଟି ଟଙ୍କା ବାବଦରେ କିଏ କହିଲା ସେନେଇ କୈାଣସି ସୂଚନା ମୋ ପାଖରେ ନାହିଁ ବୋଲି ୟୁଏଇ କହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ୨୧ ଅଗଷ୍ଟ ରାତି ୯ଟା ୫୬ରେ କେରଳର ମୁଖ୍ୟମନ୍ତ୍ରୀ ପ୍ରେସ ରିଲିଜ ବାହାର କରିଥିଲେ ନିଜ ଅଫିସରେ ଓ ସେଠାରେ ଲେଖାଯାଇଥିଲା ଯେ, କେରଳର ଏପରି ଅବସ୍ଥାରେ ୟୁଏଇ ଯେପରି ଭାବରେ ସହାୟତ ଦେଇଛି । ତାହକୁ ଆମେ ଅତ୍ୟନ୍ତ ସ୍ୱାଗତ କରୁଛୁ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ ଓ ଟୁଇଟରେ ମଧ୍ୟ ଏହି ବିଷୟରେ ସୂଚନା ଦିଆଯାଇଥିଲା ।

୨୨ ଅଗଷ୍ଟରେ ୟୁଏଇର ଯୁବରାଜ ମଧ୍ୟ ନିଜେ ଟୁଇଟ କରି କହିଥିଲେ ଯେ, ଭାରତର କେରଳରେ ଯେଉଁ ପ୍ରକାରର ବନ୍ୟା ହୋଇଛି । ସେଥିପାଇଁ ଆମେ ସେମାନଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । କିନ୍ତୁ ଏହି ଟୁଇଟରେ କୈାଣସି ସ୍ଥାନରେ ବି ଲେଖାଯାଇନଥିଲା ଯେ, କେରଳକୁ ୟୁଏଇ ୭୦୦କୋଟି ଟଙ୍କା ଦେବ । ଏହାସହ ସେହି ଟୁଇଟ ରେ ଲେଖାଯାଇଥିଲା ଯେ, ଆମେ ଭାରତକୁ ସାହାଯ୍ୟ କରିବା ଦିଗରେ ଯେଉଁ କଥା କହିଛୁ ତାହାର ଜବାବରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଦେଇଛନ୍ତି । ତେବେ ଏହି ୨୦୦କୋଟି ଟଙ୍କାର କଥା କେଉଁ ଭାବରେ କୁହାଗଲା ତାହା ଜଣାପଡିନାହିଁ । ତେବେ ଏହି ଟଙ୍କା ବିଷୟରେ କେରଳ ସରକାର କହିବା ସହ ସେଠାକାର ସ୍ଥାନୀୟ ନେତା କହିଥିଲେ ଯେ, ଏପରି ସମୟରେ ବାହାର ଦେଶ ୭୦୦କୋଟି ସାହାଯ୍ୟ ଦେଉଥିବା ବେଳେ ଭାରତ ସରକାର ୭୦୦କୋଟି ଟଙ୍କା ଦେଉଛନ୍ତି । ଏହାସହ ଅନେକ ନେତା କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରକୁ ମଧ୍ୟ ସମାଲୋଚନା କରିଥିଲେ । ତେବେ ଯେତେବେଳେ ଭାରତ ୟୁଏଇର ସାହାଯ୍ୟକୁ ଆଗ୍ରହ୍ୟ କରିବା ସହ ଭାରତ ନିଜ ଟଙ୍କାରେ ହିଁ କେରଳକୁ ସମସ୍ତ ପ୍ରକାର ସହୟତା କରିବ ବୋଲି କହିଲା ତାହାପରେ ରାଜନୀତି ମଧ୍ୟ ଜୋର ଧରିଲା ।

ଏହି ପ୍ରସଙ୍ଗରେ ଭାରତରେ ଥିବା ୟୁଏଇ ରାଷ୍ଟ୍ରଦୂତ କହିଛନ୍ତି ଯେ, କେରଳ ପାଇଁ ୟୁଏଇ ସରକାର ସହାୟତା କରିବେ ବୋଲି ଘୋଷଣା କରିଥିଲେ । ତେବେ ଏହି ୭୦୦ଟଙ୍କା କଥା କେଉଁ ଆଡୁ ଆସିଲା ତାହା ଆମେ ଜାଣିନାହୁଁ । ଏହାସହ ଯେଉଁ ଟଙ୍କା କେବେ ମିଳିନାହିଁ ତାହାକୁ ନେଇ ଏତେ ଚର୍ଚ୍ଚା କାହିଁକି । କେରଳ ମୁଖ୍ୟମନ୍ତ୍ରୀ କଣ ମିଛ କହିଲେ ବୋଲି ଏବେ ଅନେକ ପ୍ରଶ୍ନ ଉଠୁଛି ।