ଆକାଶ ମାର୍ଗରୁ କେରଳ ବନ୍ୟା ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ : ୫ ଶହ କୋଟି ଟଙ୍କାର ରିଲିଫ୍ ଘୋଷଣା

36

କନକ ବ୍ୟୁରୋ : କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏପରି ବନ୍ୟା ସେଠାରେ କେବେ ହୋଇନଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି । ତେବେ କେରଳ ବନ୍ୟା ପୀଡିତାଙ୍କ ଲାଗି ସମବେଦନାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ପରିସ୍ଥିତି ଆକାଶ ମାର୍ଗରୁ ବୁଲି ଦେଖିବା ସହ ବନ୍ୟା ପୀଡିତାଙ୍କ ପାଇଁ ୫୦୦କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି । ତେବେ କେରଳବେ ବର୍ତ୍ତମାନ ସମୟରେ ମଧ୍ୟ ପରିସ୍ଥିତି ଗମ୍ଭୀର ରହିଛି । ପ୍ରବଳ ବର୍ଷା ହେବାରୁ ଅନେକ ଲୋକ ବାସହରା ହୋଇ ପଡିଛନ୍ତି । ରାଜ୍ୟର ୧୦୦ଡ୍ୟାମର ଗେଟ ଖୋଲାଯାଇଥିବା କାରଣରୁ ଅନେକ ସ୍ଥାନରେ ପାଣି ଜମିରହିଛି । ସେଠାକାର ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ କେତେକ ସ୍ଥାନରେ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।

 

ରାଜ୍ୟର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯିବା ସହ କୋଟି ବିମାନ ବନ୍ଦରକୁ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ସୂଚନା ମିଳିଛି । ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁସାରେ କେରଳରେ ବନ୍ୟାରେ ୩୨୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେପଟେ ପୁଣିଥରେ ବର୍ଷା ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସହରର ଅନେକ ସ୍ଥାନରେ ପାଣି ଜମିରହିଥିବାରୁ ସମସ୍ତ ସ୍ଥାନକୁ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିନାହିଁ । ତେଣୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ସାରା ଭାରତରୁ କେରଳକୁ ସହାୟତର ହାତ ବଢାଇଛନ୍ତି ଅନେକ ରାଜ୍ୟ ତେବେ ନିକଟରେ ଓଡିଶା ମଧ୍ୟ ୫କୋଟି ଟଙ୍କାର ସହାୟତ ରାଶି ଘୋଷଣା କରିବା ସହ ଓଡିଶାର ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାକୁ ଉଦ୍ଧାରକାର୍ଯ୍ୟରେ ଯାଇଥିବା ଜଣାପଡିଛି । ତେବେ ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଥିବାରୁ ନୈାସେନା ପକ୍ଷରୁ ୮ଲକ୍ଷ ଲିଟର ସେଠାରେ ପହଞ୍ଚିାଯାଇଥିବା ସୂଚନା ମିଳିଛି । ତେବେ ଗାଜ୍ୟ ସରକାର ଯେଉଁ ୧୨ଟି ଜିଲ୍ଲାରେ ରେର୍ଡ ଆଲର୍ଟ ଘୋଷଣା କରିଥିଲେ ବର୍ତ୍ତମାନ ସେହି ମଧ୍ୟରୁ ୨ଟି ଜିଲ୍ଲା ଉପରୁ ଏହି ଆଲର୍ଟକୁ ଉଠାଇ ନିଆଯାଇଛି ।