କେରଳର କଳାକାହାଣୀ ! କବାଟ ଖୋଲା ରଖି ଛାତ୍ରୀଙ୍କୁ ଡ୍ରେସ୍ ବଦଳାଇବାକୁ କଲେଜ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ

58

କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୋଟିଏ ପଟେ ନାରୀମାନଙ୍କ ସମ୍ମାନ ଏବଂ ଅଧିକାରର କଥା କୁହାଯାଉଥିବା ବେଳେ ଅନ୍ୟପଟେ ଆସିଛି ଏକ ଲଜ୍ଜାଜନକ ଖବର । କେରଳର ଉପାସନା ନାମକ ଏକ ନର୍ସିଂ କଲେଜରେ ଛାତ୍ରୀମାନଙ୍କୁ ଡ୍ରେସ୍ ବଦଳାଇବା ବେଳେ ରୁମର କବାଟ ବନ୍ଦ ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି କଲେଜର କର୍ତ୍ତୃପକ୍ଷ ।

ତେବେ ଏପରି ନିର୍ଦ୍ଦେଶ ଦେବା ପଛର କାରଣ କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବ । କାରଣ କଲେଜ୍ ପ୍ରିନ୍ସିପାଲଙ୍କ ଭୟ ଯେ କବାଟ ବନ୍ଦ କରି ଡ୍ରେସ୍ ବଦଳିଲେ ଛାତ୍ରୀମାନେ ଲେସବିୟାନ୍ ହୋଇଯିବେ । ଏହା ସହ ଏପରି ନିର୍ଦ୍ଦେଶ ପଛର ଆଉ ଏକ କାରଣ ହେଉଛି ଡ୍ରେସ୍ ବଦଳିବା ବାହାନାରେ କବାଟ ବନ୍ଦ କରି ଛାତ୍ରୀମାନେ ଯେପରି ଲୁଚି ଛପି ମୋବାଇଲ୍ ଫୋନ୍ ବ୍ୟବହାର ନକରନ୍ତି ।

ଉକ୍ତ କଲେଜର ଜଣେ ଛାତ୍ରୀଙ୍କ କହିବା ଅନୁଯାୟୀ, ପ୍ରିନ୍ସିପାଲ୍ ତାଙ୍କୁ କହିଛନ୍ତି ‘ଆମେ ମାନେ କବାଟ ବନ୍ଦ କରି ସମଲିଙ୍ଗୀ ସଂପର୍କ ରଖୁଛୁ ନହେଲେ ମୋବାଇଲ୍ ବ୍ୟବହାର କରୁଛୁ । ତେଣୁ କୁହାଯାଇଛି କବାଟ ଆଗରେ ଚୌକି ରଖି ଡ୍ରେସ୍ ବଦଳାଇ ପାରିବୁ କିନ୍ତୁ ସଂପୁର୍ଣ୍ଣ କବାଟ ବନ୍ଦ କରିବା ମନା ।’ ଏପରିକି ଏହି କଲେଜରେ ଛାତ୍ରୀମାନେ ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବାକୁ ମନା କରାଯାଇଛି । କାରଣ ପ୍ରିନ୍ସିପାଲଙ୍କୁ ଲାଗେ ଯେ ଛାତ୍ରୀମାନେ ପର୍ଣ୍ଣ ସିନେମା ଦେଖିବା ପାଇଁ ଏହାକୁ ବ୍ୟବହାର କରନ୍ତି । ତେବେ ଆଉ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀମାନେ । ଏପରିକି ବିଭିନ୍ନ ମହଲରେ ମଧ୍ୟ ଏନେଇ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

ଏହା ସହ ଦେଖନ୍ତୁ ନିୟମ ପାଇଁ ଲାଇନ୍ ! ଜାଣନ୍ତୁ ରାସ୍ତାରେ ଥିବା ଧଳା ଓ ହଳଦିଆ ଲାଇନର କଣ ରହିଛି ଗୁରୁତ୍ୱ