ପୋଲିସର କାମ କରିବ ରୋବଟ୍ ! ଥାନାରେ ରହି ଲୋକଙ୍କ ଉପରେ ନଜର ରଖିବା ସହ ଦେବ ପ୍ରଶ୍ନର ଉତ୍ତର

144

କନକ ବ୍ୟୁରୋ : ପୋଲିସର କାର୍ଯ୍ୟ ତୁଲାଇବ ରୋବଟ । ଭାରତରେ ପ୍ରଥମ ଥର ପାଇଁ ଏପରି ଏକ ରୋବର୍ଟ ତିଆରି ହୋଇଛି । କେରଳର ତିରୁବନ୍ତପୁରମରେ ପୋଲିସ ପକ୍ଷରୁ ଏଭଳି ଏକ ରୋବର୍ଟର ନିର୍ମାଣ କରାଯାଇଛି । ଏହି ପୋଲିସ ରୋବର୍ଟ କେପି-ବିଉଟିର ଉଦଘାଟନ କରିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ରୋବର୍ଟ ପୋଲିସ କାର୍ଯ୍ୟାଳୟ ସାମ୍ନାରେ ରହି କର୍ତ୍ତବ୍ୟ ପାଳନ କରିବ । ଥାନାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବ, ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ଆବଶ୍ୟକ ଅନୁସାରେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟ କରିପାରିବ ଏହି ରୋବର୍ଟ ।

କେରଳ ପୋଲିସକୁ ଏଭଳି କୌଶଳକୁ ବେଶ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ । କେରଳ ଡ଼ିଜିପି ଲୋକନାଥ ବେହେରା କହିଛନ୍ତି ପୋଲିସର କାର୍ଯ୍ୟରେ ଏବେ ଆଧୁନିକୀକରଣ ରୋବର୍ଟର ମିଳନ ହୋଇଛି ଯାହା ସମସ୍ତଙ୍କ ପାଇଁ ବେଶ ଉପକାରୀ ହେବ । ଏହାବ୍ୟତୀତ ଏହି ରୋପଟ ବରିଷ୍ଟ ପୋଲିସ ଅଧିକାରୀଙ୍କୁ ଚିହ୍ନିବା ସହ ତାଙ୍କୁ ସାଲ୍ୟୁଟ୍ ମଧ୍ୟ କରିବ । ସୂଚନା ଅନୁସାରେ ଆଗାମୀ ସମୟରେ ବିସ୍ଫୋରକ ଖୋଜିବାର ପ୍ରଣାଳୀକୁ ମଧ୍ୟ ରୋବଟରେ ଲଗାଯିବାର ଯୋଜନା ରହିଛି । ଯଦ୍ୱାରା କେଉଁ ସ୍ଥାନରେ ବିସ୍ଫୋରକ ଲଗାଯାଇଛି, ସୁବିଧା ଠାବ କରିହେବ ।