ସେଲସମ୍ୟାନରୁ କୋଟିପତି । ଆବୁଧାବିରେ ଭାରତୀୟ ଯୁବକ ଜିତିଲେ ୧୪ କୋଟିରୁ ଅଧିକ ଟଙ୍କା, ହେଲେ କିପରି?

42

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ହାତ ଖୋଲି ଦିଅନ୍ତି । କେତେବେଳେ ଯେ ଭାଗ୍ୟ ଖୋଲିଯାଏ ଓ ମଣିଷ ରାସ୍ତାକଡରୁ ରାଜସିଂହାସନ ପାଖରେ ପହଞ୍ଚିଯାଏ ତାହା କହିବା ମୁସ୍କିଲ । ଠିକ୍ ସେହିଭଳି ଘଟଣା ଭାରତର ମହମ୍ମଦ କୁହ୍ନୀ ମୟାଲାଙ୍କ ସହ ଘଟିଛି । ଯିଏ ରାତାରାତି କୋଟିପତି ପାଲଟି ଯାଇଛନ୍ତି । ଯେଉଁ କଥାକୁ ସେ ନିଜେ ମଧ୍ୟ ବିଶ୍ୱାସ କରିପାରୁନାହାନ୍ତି ।

ସୂଚନା ଅନୁଯାୟୀ, ଆବୁଧାବିରେ ରହୁଥିବା କେରଳର ମହମ୍ମଦ କୁହ୍ନୀ ମୟାଲା ସେଲସମ୍ୟାନ ଭାବେ କାମ କରନ୍ତି । କିନ୍ତୁ ଗୋଟିଏ ଲଟେରୀ ଟିକେଟ ତାଙ୍କୁୂ ଏବେ କୋଟିପତି ବନାଇ ଦେଇଛି । ଆବୁଧାବିରେ ସୁପର ୭ ସିରିଜ ଲଟେରୀ ପ୍ରତିଯୋଗିତାରେ ଭାଗ୍ୟଶାଳୀ ବିଜେତା ହେବା ପରେ ୭୦ ଲକ୍ଷ ଦିରହାମ ଅଥାର୍ତ ୧୪ କୋଟି ଟଙ୍କା ପୁରସ୍କାର ବାବଦରେ ପାଇଛନ୍ତି ।

ମହମ୍ମଦ ଏହି ଲଟେରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ସତ କିନ୍ତୁ ଏତେ ଟଙ୍କା ଜିତିବେ ବୋଲି କେବେ ଆଶା ମଧ୍ୟ କରିନଥିଲେ । ଯେତେବେଳେ ଲଟେରୀ ଆୟୋଜକଙ୍କ ନିକଟରୁ ଏନେଇ ତାଙ୍କ ନିକଟକୁ କଲ ଆସିଥିଲା ସେତେବେଳେ ସେ ବିଶ୍ୱାସ କରିନଥିଲେ । କେହି ତାଙ୍କ ସହ ମଜା କରୁଛି ବୋଲି ଭାବିଥିଲେ । କିନ୍ତୁ ପରେ ସତେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ମହମ୍ମଦ କହିଛନ୍ତି, ଏହି ଟଙ୍କା ସେ ନିଜ ସାଙ୍ଗଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରିବେ । କାରଣ ତାଙ୍କ ସାଙ୍ଗଙ୍କର କିଡନୀ ଖରାପ ହୋଇଛି । ବଳକା ଟଙ୍କାରେ କେରଳରେ ନିଜ ଘରର ମରାମତି କରିବା ସହ ବ୍ୟବସାୟ ଆରମ୍ଭ କରିବେ ।