ମନ ଜିଣିନେଲା କେରଳ ଭିକାରୀଙ୍କ ବଦାନ୍ୟତା : ବନ୍ୟା ପୀଡ଼ିତଙ୍କୁ ଦାନ କଲେ ଭିକ ମାଗି ସଂଗ୍ରହ କରିଥିବା ୯୪ ଟଙ୍କା

54

କେରଳ ବନ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକଙ୍କ ବାସସ୍ଥାନ ଉଜୁଡି ଯାଇଛି । ଶତାବ୍ଦୀର ସବୁଠାରୁ ଭୟଙ୍କର ଦୁ୍ଃଖ ସହୁଥିବା କେରଳକୁ ସାରା ଦେଶରୁ ବଡ଼ ସ୍ତରରେ ସହାୟତା ମିଳୁଛି । ସମସ୍ତ ଲୋକ ନିଜ କ୍ଷମତା ହିସାବରେ କେରଳର ସହାୟତା କରୁଛନ୍ତି । ନେତା, ଅଭିନେତା, ଜନ ସାଧାରଣ, ସେନାର ଯବାନ, ଏନଡିଆରଏଫ୍ ସମସ୍ତେ ନିଜ ନିଜ ଭାଗର ସାହାଯ୍ୟ କରିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ବିଶେଷ ଜଣେ ଭିକାରୀଙ୍କ କାହାଣୀ । ଯିଏକି ଭିକ ମାଗି ଏକତ୍ରିତ କରିଥିବା ୯୪ ଟଙ୍କା ବନ୍ୟା ପୀଡିତଙ୍କ ପାଇଁ ଦାନ କରିଦେଲେ ।

କୋଟ୍ଟାୟମ ନିବାସୀ ମୋହନନ ୪ କିମି ଚାଲି ଚାଲି ଇରାଟ୍ଟୁପେଟା ନଗରପାଳିକାର ପୂର୍ବ ଅଧ୍ୟକ୍ଷ ଟିଏମ୍ ରସିଦଙ୍କ ଘରେ ପହଂଚିଲେ । ରସିଦ୍ ଭାବିଲେ କି ମୋହନନ ଭିକ ମାଗିବା ପାଇଁ ଆସିଛନ୍ତି ଓ ସେ ୨୦ ଟଙ୍କା ଦେଲେ । କିନ୍ତୁ ପରେ ରସିଦ୍ ଏହା ଦେଖିି ଆଶ୍ଚର୍ଯ୍ୟ ହୋଇଗଲେ ଯେ, ମୋହନନ ଟଙ୍କା ନେବା ବଦଳରେ ସିଢ଼ିରେ ବସି ଟଙ୍କା ଗଣିବାକୁ ଲାଗିଲେ । ଏହି ସମସ୍ତ ଘଟଣାକୁ ଫେସବୁକ୍ ରେ ପୋଷ୍ଟ କରି ଲେଖିଛନ୍ତି କି, “ମୋହନନ ୯୪ ଟଙ୍କା ଦେଲେ ଓ ଏହାକୁ ସିଏମ୍ ରିଲିଫ୍ ଫଣ୍ଡରେ ଦାନ କରିବାକୁ କହିଲେ । ମୋହନନ ନିଜର ସମସ୍ତ ଟଙ୍କା ଗଣିଲେ ଓ ମୋ ପାଖରେ ଛାଡି ଚାଲିଗଲେ ।” ମୋହନନ ହାତରେ ମୁଦ୍ରା ରଖିଲେ ଓ କହିଲେ କି ଗୋଟିଏ କ୍ଷତ ତାଙ୍କର ଜୀବନ ନଷ୍ଟ କରିଦେଇଛି । ସେ କେବଳ ଏତିକି ହିଁ ସହାୟତା କରିପାରିବେ ।