ପଢ଼ିବା ପାଇଁ କୈାଣସି ବୟସ ନଥାଏ ବୋଲି ପ୍ରମାଣ କରିଦେଲେ ୯୬ ବର୍ଷୀୟ ବୃଦ୍ଧା : ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇ ସଫଳ ହେଲେ ଅମ୍ମା

82

ପଢ଼ିବାର ଇଚ୍ଛା ବୟସର କୈାଣସି ବି ଚରଣରେ ସୃଷ୍ଟି ହୋଇପାରେ । କେରଳର ଅଲ୍ଲାପୁଝା ଜିଲ୍ଲାର ୯୬ ବର୍ଷୀୟ ଦାଦୀ ଏହାର ଜ୍ୱଳନ୍ତ ଉଦାହରଣ । କାର୍ଥ୍ୟାୟନୀ ଅମ୍ମା ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ଛାତ୍ରୀ ଅଟନ୍ତି । ମିଡିଆ ରିପୋର୍ଟ ମୁତାବକ, ସେ ନିଜ ଜୀବନର ପ୍ରଥମ ପରୀକ୍ଷା ଦେଇଛନ୍ତି, ଯେଉଁଥିରେ ସେ ସଫଳ ହୋଇଛନ୍ତି । ପରୀକ୍ଷା ହଲରେ ଥିବା ପରୀକ୍ଷକଙ୍କ କହିବାନୁସାରେ, ଅମ୍ମା ପରୀକ୍ଷା ଦେବା ସମୟରେ ଆତ୍ମବିଶ୍ୱାସରେ ପୂର୍ଣ୍ଣ ଥିଲେ ।

ଏହି ପରୀକ୍ଷା କେରଳ ସାକ୍ଷରତା ମିଶନ ଅକ୍ଷରଲାକ୍ଷ ଯୋଜନା ଅଧିନରେ କରାଯାଇଥିଲା । ଏହି ପରୀକ୍ଷାରେ ୪୫ ଜଣ ଛାତ୍ର ସାମିଲ ଥିଲେ, ତନ୍ମଧ୍ୟରୁ ଅମ୍ମା ବୟସରେ ସବୁଠାରୁ ବଡ଼ ଥିଲେ । ଏହି ପରୀକ୍ଷା ତିନୋଟି ଚରଣରେ ହୋଇଥିଲା, ଏଥିରେ ୩୦ ଅଙ୍କ ପଢ଼ିବା, ୩୦ ଅଙ୍କ ମାଲାୟାଲମ ଲେଖିବା ଓ ୩୦ ଅଙ୍କ ଗଣିତ ପାଇଁ ଥିଲା । ଅମ୍ମା ପଢ଼ିବାରେ ୩୦ରୁ ୩୦ ଅଙ୍କ ହାସଲ କଲେ । ଏପର୍ଯ୍ୟନ୍ତ ଲିଖିତ ପରୀକ୍ଷାର ପରିଣାମ ଘୋଷଣା କରାଯାଇନାହିଁ । କିନ୍ତୁ ଅମ୍ମାଙ୍କୁ ବିଶ୍ୱାସ ଅଛି ଯେ, ଏହି ପରୀକ୍ଷାରେ ବି ସେ ଭଲ ନମ୍ବର ହାସଲ କରିବେ ।

ପରୀକ୍ଷା ପରିଚାଳକଙ୍କ କହିବାନୁସାରେ, ଅମ୍ମା ଏକ କଥାକୁ ନେଇ ଅସନ୍ତୋଷ ଥିଲେ କାହିଁକିନା ତାଙ୍କୁ ସେ ସମସ୍ତ ପ୍ରଶ୍ନ ଦିଆଗଲା, ଯାହାର ପ୍ରସ୍ତୁତି ସେ କରିନଥିଲେ । ଅମ୍ମାଙ୍କୁ ଲାଗିଲା କି ସେ ବିନା କାରଣରେ ଏତେ ପଢ଼ିଲେ । ଏକ ରିପୋର୍ଟ ମୁତାବକ, ସାକ୍ଷରତା ମିଶନ ଅଧିନରେ ଏହି ବର୍ଷ କେରଳରେ ୪୫ ହଜାରରୁ ବି ଅଧିକ ବରିଷ୍ଠ ନାଗରିକ ପରୀକ୍ଷା ଦେଇଛନ୍ତି ।

୯୬ ବର୍ଷୀୟ କାର୍ଥ୍ୟାୟନୀ ଅମ୍ମା ଏହି ବର୍ଷ ଜାନୁୟାରୀରେ ସାକ୍ଷରତା ଅଭିଯାନ ଅଧିନରେ ପାଠପଢ଼ା ଆରମ୍ଭ କରିଥିଲେ । ଲିଖିତ ପରୀକ୍ଷା ପାସ କରିବା ପରେ ଆସନ୍ତା ବର୍ଷ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇପାରିବେ ।