ଚର୍ଚାରେ ରାଧେ ମା : ହାତରେ ତ୍ରୀଶୂଳ ଧରିବା ମୋ ଷ୍ଟାଇଲ, କିଏ କଣ କହିବ ଖାତିର ନାହିଁ

81

କନକ ବ୍ୟୁରୋ : ଆତ୍ନଘୋଷିତ ଦେବୀ ରାଧେ ମା ପୁଣି ଚର୍ଚାରେ । ଏଥର କିନ୍ତୁ କୌଣସି କାମ ପାଇଁ ନୁହେଁ ବରଂ ନିଜର ବିବାଦୀୟ ବୟାନକୁ ନେଇ ମୁହଁ ଖୋଲିଛନ୍ତି ରାଧେ ମା । ପ୍ରଥମଥର ପାଇଁ ତାଙ୍କ ନାଁ ରେ ଆସିଥିବା ସବୁ ଅଭିଯୋଗଉପରେ ମୁହଁ ଖୋଲିଛନ୍ତି । ଭାରତରେ ଅନେକ ବାବାଙ୍କ ନାଁ ବେପାର, ଚୋରି ମାମଲା ରହିଛି । କିନ୍ତୁ ରାଧେ ମା କହିଛନ୍ତି ତାଙ୍କ ଜୀବନ ଏକ ଖୋଲା ବହି ।

ରାଧେ ମା କହିଛନ୍ତି, ଦୁନିଆ ପାଇଁ ମୁଁ ମୋ ଜୀବନଶୈଳୀରେ ପରିବର୍ତନ କରିପାରିବି ନାହିଁ । ହାତରେ ତ୍ରୀଶୂଳ ଧରିବା ମୋ ଷ୍ଟାଇଲ , କିଏ କଣ କହିବ ସେଥିପାଇଁ ମୋର ଡର ନାହିଁ । ସେ ସବୁବେଳେ ଲୋକଙ୍କ ଭଲ କଥା ଚିନ୍ତା କରୁଥିବା କହିଛନ୍ତି । ରାଧେ ମା ମଧ୍ୟ ତାଙ୍କ ଜୀବନର ଅନେକ ରୋଚକ ତଥ୍ୟ ବିଷୟରେ କହିଛନ୍ତି । ସେ ୧୭ ବର୍ଷରେ ବିବାହ କରିଥିଲେ । ୪ବର୍ଷ ପରେ ଦୁଇଟି ଛୁଆ ସହ ମୋତେ ଛାଡି ସ୍ୱାମୀ ବିଦେଶ ପଳାଇଲେ । ସେ ସମୟରେ ମୁଁ ଖରାପ ରାସ୍ତାରେ ନଯାଇ ଭଗବାନଙ୍କ ଶରଣ ପଶିବା ପାଇଁ ଉଚିତ ମଣିଥିଲି ଓ ତାଙ୍କ ଭକ୍ତିରେ ଲୀନ ହୋଇଗଲି ନିଜକୁ କେବେ ମା ଦୁର୍ଗା ଅବତାର ବୋଲି ଭାବିନାହିଁ  କିନ୍ତୁ ମୁଁ ନିଜକୁ ସ୍ୱତନ୍ତ୍ର ଭାବିଥାଏ ବୋଲି କହିଛନ୍ତି ରାଧେ ମା ।

ରାଧେ ମା କହିଛନ୍ତି, ସମସ୍ତେ ବ୍ରହ୍ଣାଙ୍କର ସନ୍ତାନ । ଲକ୍ଷମୀଙ୍କ ମାଧ୍ୟମରେ ବିଷ୍ଣୁ ସବୁ ପାଳନ କରିଥାନ୍ତି । କିନ୍ତୁ ଦୀପାବଳିରେ ଲୋକମାନେ କାହିଁକି ଲକ୍ଷମୀଙ୍କୁ ପୂଜା କରନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସମସ୍ତେ ଯେତେବେଳେ ବିପଦରେ ପଡନ୍ତି ସେତେବେଳେ ଭଗବାନଙ୍କୁ ସ୍ମରଣ କରନ୍ତି ବୋଲି ରାଧେ ମା କହିଛନ୍ତି । ମୁଁ ଗରିବ ନୁହେଁ କିନ୍ତୁ ମୁଁ ନିଜକୁ ଧନୀ ବୋଲି ଭାବେ ନାହିଁ । କାହାର ସମ୍ପତି ଲୁଟ କରିବା ମୋର ଉଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ଯେଉଁମାନେ ମୋର ଘନିଷ୍ଠ ସେମାନେ ମୋ କଥା ମାନନ୍ତି ନାହିଁ, କିନ୍ତୁ ଦୂର ସମ୍ପର୍କୀୟ ସେମାନେ ମୋର ହୁକୁମ ପାଳନ କରନ୍ତି ।

ଯେତେବେଳେ ରାଧେ ମାଙ୍କୁ ବିଳାସମୟ ଜୀବନ ବିତାଉଥିବା ନେଇ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ ମୋ ପାଖରେ କେବଳ ଗୋଟିଏ ଲାଲ ରଙ୍ଗର ଆସନ ରହିଛି । ମୋର ଅଲଗା ଗୁମ୍ଫା ନାହିଁ କି କିଛି ଅଲଗା ସ୍ଥାନ ନାହିଁ । ମୋ ଜୀବନ ଏକ ଖୋଲା ବହି । ମୋତେ ଯେଉଁ ଶ୍ରଦ୍ଧାଳୁମାନେ ଦେଖାକରିବାକୁ ଆସନ୍ତି ମୁଁ ସମସ୍ତଙ୍କୁ ଦେଖାକରିଥାଏ ବୋଲି ସେ କହିଛନ୍ତି ।

ରାଧେ ମା ପୁଣି କହିଛନ୍ତି ମୋ ବିରୋଧରେ ଯେଉଁ ଆରୋପ ଲଗାଯାଇଥିଲା, ତାହା ମୋତେ ବହୁତ କଷ୍ଟ ଦେଇଥିଲା । ସେ ଅଭିଯୋଗ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ଆପଣଙ୍କ ନାଁରେ ଚୋରି ଅଭିଯୋଗ ଆସିଥିଲା ପ୍ରଶ୍ନରେ ସେ କହିଛନ୍ତି ମୋ ପାଇଁ ଚୋରି ମର୍ଡର ସମାନ । ଏହି ଅଭିଯୋଗ ଆସିଲେ ଜଣେ ପୁରୁଷ ମରିଯିବ, ମୁଁ ତ ମହିଳା । ଏଭଳି ଆରୋପ ମତେ ଅନେକ ଆଘାତ ଦେଇଛି ଏବଂ ମୁଁ ଜୀବନ ହାରିବାକୁ ଚେଷ୍ଟା କରିଛି । ବିଷ ଆଣିଦେବା ପାଇଁ ମୋ ପୁଅକୁ କହିଛି । ଆଖରା ପରିଷଦ ଏବେ ଚୋରି ଲିଷ୍ଟ ବାହାର କରିଛି । ମୁଁ କହାକୁ କିଛି କହୁନାହିଁ । ଯେଉଁ ଗହଣା ମୁଁ ପିନ୍ଧିଛି, ତାହା ମୋ ପୁଅ ଦେଇଛି । ଯେଉଁ ଘରେ ରହୁଛି ସେ ଘର ହେଉଛି ମୋ ପୁଅର । ସିଏ ମୁହଁ ବୁଲାଇ ଦେଲେ ବି ମୁଁ ଜଙ୍ଗଲରେ ରହିବି । ମୁଁ ବର୍ତମାନ ସବୁ ଆରୋପର ଉତର ଦେବାକୁ ପ୍ରସ୍ତୁତ ।