କେନ୍ଦୁଝର ଫ୍ୟାମିଲି କୋର୍ଟରେ ହାଜିର ହେଲେନି କବିତା ମହାକୁଡ

1

କେନ୍ଦୁଝର :  କେନ୍ଦୁଝର ଫ୍ୟାମିଲି କୋର୍ଟଙ୍କ ନୋଟିସ୍ ପରେ ମଧ୍ୟ ହାଜିର ହୋଇନାହାନ୍ତି କବିତା ମହାକୁଡ । କବିତାଙ୍କୁ ନିଜ ସ୍ତ୍ରୀ ବୋଲି ଦାବୀ କରି ଫ୍ୟାମିଲି କୋର୍ଟରେ ପହଂଚିଛନ୍ତି କେନ୍ଦୁଝର ଜାମୁନାଳିଆ ଗାଁର ଦେବାଶିଷ ମହାକୁଡ । ଯାହାକୁ ଦୃଷ୍ଟିରେ ରଖି କବିତାଙ୍କୁ ନୋଟିସ ଜାରି କରିଥିଲେ ଫ୍ୟାମିଲି କୋର୍ଟ । ତେବେ ଆଜି କୋର୍ଟରେ ଦେବାଶିଷ ମହାକୁଡ ଉପସ୍ଥିତ ଥିବାବେଳେ କବିତା ମହାକୁଡ କିମ୍ବା ତାଙ୍କ ଓକିଲ କୋର୍ଟରେ ପହଂଚିନଥିଲେ । ଯାହାକୁ ନେଇ ପରବର୍ତି ତାରିଖ ଜୁଲାଇ ଆଠ ସ୍ଥିର ହୋଇଛି ।

Comments are closed.