କେନ୍ଦୁଝର ଆନନ୍ଦପୁରରେ ଅଭାବନୀୟ ଘଟଣା ! ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ତୀର ମାଡ, ସିଟି ସ୍କାନରେ ତୀରମାଡର ଚିତ୍ର ସ୍ପଷ୍ଟ

39

କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ତୀର ମାଡ଼ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କାଠପାଳ ଗାଁର ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସାଉନା ଜେନାଙ୍କ ପତ୍ନୀଙ୍କୁ ସେହି ଗାଁର ଅଭିମନ୍ୟୁ ଜେନା ତୀର ମାଡ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । କୌଣସି କାରଣକୁ ନେଇ ପାଟିତୁଣ୍ଡ ହେବାରୁ ଅଭିମନ୍ୟୁ ସାଉନାଙ୍କ ପତ୍ନୀଙ୍କୁ ତୀରମାଡ କରିଥିଲା । ସିଟି ସ୍କାନ୍ରେ ତୀରଟି ମେରୁଦଣ୍ଡ ହାଡକୁ ଛୁଇଁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଗୋଟିଏ କିମ୍ବା ଦୁଇ କିଲୋମିଟର ନୁହେଁ, ଜଣେ ମହିଳାଙ୍କ ନିଜ ପିଠିରେ ପଶିଥିବା ଏକ ତୀର ସହିତ ଦୀର୍ଘ ୧୫୦ କିଲୋମିଟର ଆସିବାକୁ ପଡ଼ିଛି । ତୀର ପଶିଥିବା ଯନ୍ତ୍ରଣାରେ ଶିହିରି ଉଠିଥିଳେ ମଧ୍ୟ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ବେଳେ ପରିବାର ଲୋକେ ଏକ ବାଇକରେ ବସାଇ ମହିଳାଙ୍କୁ ୨୦ କିଲୋମିଟରରୁ ଅଧିକ ଦୂର ଆନନ୍ଦପୁର ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥଲେ । ମାତ୍ର ସେଠାରେ ମଧ୍ୟ ମହିଳାଙ୍କୁ କୌଣସି ଆଶ୍ୱସ୍ତି ନ ମିଳିବାରୁ ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନିଆାଯାଇଛି ।