କେନ୍ଦୁଝରରେ ଅନ୍ଧବିଶ୍ୱାସର କରୁଣ ରୂପ ! ଜ୍ୱର ଭଲ ନହେବାରୁ ଦେଢବର୍ଷର ଶିଶୁକନ୍ୟାକୁ ଚେଙ୍କ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

31

କନକ ବ୍ୟୁରୋ : କେନ୍ଦୁଝରରେ ଅନ୍ଧବିଶ୍ୱାସର କରୁଣ ରୂପ । କେନ୍ଦୁଝର ସଦର ବ୍ଲକ କୁସୁମିତା ଗାଁରେ ଦେଢବର୍ଷର ଶିଶୁକୁ ଅମାନୁଷିତ ଭାବେ ଚେଙ୍କ ଦିଆଯାଇଛି । ଜ୍ୱର ଭଲ ନ ହେବାରୁ ପରିବାର ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି । ଗାଁର ଅମିତା ମହାକୁଡ ୩-୪ ଦିନ ହେଲା ଜ୍ୱରରେ ପୀଡିତ ଥିଲେ ।

ଆଉ ଜ୍ୱର ଭଲ ନହେବାରୁ ପରିବାର ଲୋକେ ତା’ ପେଟ ଚାରିପାଖେ ଚେଙ୍କ ଦେଇଥିଲେ । ଗୁରୁତର ଅବସ୍ଥାରେ ଅମିତାଙ୍କୁ ନିକଟସ୍ଥ ବରଦାପାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ଥିବାରୁ ଅମିତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।