କେନ୍ଦୁଝର : ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ମରଣଯନ୍ତା ପାଲଟିଛି ରାସ୍ତାଘାଟ

29

କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି କେନ୍ଦୁଝର ଜିଲା ଆନନ୍ଦପୁର ପୌରାଚଂଳର ୧ ଓ ୨ନମ୍ବର ୱାର୍ଡ଼ ରାସ୍ତାଘାଟ । ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସହରର ପ୍ରମୁଖ ରାସ୍ତା ଗୁଡ଼ିକରେ ଆଣ୍ଠୁଏ ଲେଖାଏଁ ପାଣି ଜମୁଛି । ଏହାକୁ ନେଇ ଲୋକେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ପୌର ପ୍ରଶାସନ । ଅସରାଏ ବର୍ଷାରେ ଜମୁଛି ପାଣି । ଏହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଚଂଳ ୧ ନମ୍ବର ଓ ୨ନମ୍ବର ୱାର୍ଡ଼ର ରାସ୍ତା । ବର୍ଷା ଜଳ ନିଷ୍କାସନ ପାଇଁ

ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମି କ୍ରୁତିମ ନାଳ ସୃଷ୍ଟି ହେଲାଣି । ୪ଟି ପଚାୟତକୁ ସଂଯୋଗ କରୁଥିବା ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଗାଡ଼ି ମୋଟର ଚଳାଚଳ ହୋଇଥାଏ । କିନ୍ତୁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇକ୍ତି ।

ଟିକିଏ ବର୍ଷା ହେଲେ ବିଭିନ୍ନ ୱାର୍ଡ଼ରେ ଲୋକଙ୍କ ଘରେ ମଧ୍ୟ ପାଣି ପଶୁଛି । ଦୀର୍ଘଦିନ ହେବ ପୌରାଚଂଳ ରାସ୍ତା ଗୁଡ଼ିକ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଅପରପକ୍ଷେ ଡ୍ରେନେଜ ବ୍ୟବସ୍ଥା ସହ କେତେକ ରାସ୍ତାର ପୁନଃ ନିର୍ମାଣ ଖୁବଶୀଘ୍ରହୋଇଯିବ ବୋଲି କହିଛନ୍ତି ପୌର କର୍ତ୍ତୃପକ୍ଷ । ବର୍ଷାରୁତୁ ହୋଇଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ତୁରନ୍ତ ଏହାର ପୁନଃ ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥା ପାଇଁ ସାଧାରଣରେ ଦାବି ହେଉଛି ।