କେନ୍ଦୁଝର : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

62

କନକ ବ୍ୟୁରୋ : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ବଡଘାଗରାରେ ଭୁଜାଲି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଭିଡିଓ ସୁଟ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ପରେ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ତେଲକୋଇ ଥାନା ଧନୁର୍ଜୟପୁର ଗାଁର ଜଣେ ନାବାଳିକା ସାଙ୍ଗମାନଙ୍କ ସହ କେନ୍ଦୁଝର ବଜାରକୁ ଯାଇଥିଲେ । ସେଠାରେ ତାଙ୍କ ଭିଣୋଇଙ୍କ ସାନଭାଇ ସହ ଦେଖାହେବାରୁ ଦୁହେଁ ବାଇକରେ ବଡଘାଗରା ବୁଲିଯାଇଥିଲେ । ତେବେ ଜଙ୍ଗଲରାସ୍ତା ଦେଇ ଗଲାବେଳେ ୪ଜଣ ଯୁବକ ସେମାନଙ୍କୁ ହଠାତ ଆକ୍ରମଣ କରିଥିଲେ । ଯୁବତୀଙ୍କୁ ଉଠାଇ ନେଇ ଭୁଜାଲି ମୁନରେ ଧର୍ଷଣ କରିବା ସହ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଆଉ ପୋଲିସକୁ ଖବର ଦେଲେ ଭିଡିଓ ଭାଇରାଲ କରିଦେବାକୁ ଧମକାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିବା ସହ ନାବାଳିକା ଓ ତାଙ୍କ ସଂପର୍କୀୟଙ୍କୁ ଉଦ୍ଧାର କରିଥିଲା ।