ରକ୍ତ ରଞ୍ଜିତ ହେଲା ପହିଲି ରଜ! ଆନନ୍ଦପୁରରୁ ଆସିଲା ଅଶୁଭ ଖବର, ଗୋଟିଏ ଘରୁ ୪ ମୃତ ଦେହ ଠାବ ।

566

କନକ ବ୍ୟୁରୋ: ରଜ ପର୍ବରେ ଆସିଲା ଅଶୁଭ ଖବର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉଲିବସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଉଲିବସା ଗାଁର ଦୁର୍ଗା ବିରୁଆଙ୍କ ଘରୁ ଠାବ ହୋଇଛି ୪ଜଣଙ୍କ ମୃତଦେହ । ଦୁର୍ଗା ବିରୁଆଙ୍କ ସମେତ ତାଙ୍କ ୩ ଝିଅଙ୍କ ମୃତଦେହ ଠାବ ହୋଇଛି । ମିଳିଥିବା ସୂଚନା ଅନୁସାରେ ବାପା ଦୁର୍ଗା ବିରୁଆ ନିଜର ଜଣ ୩ ଜଣ ନାବାଳିକା ଝିଅଙ୍କୁ ପିଟିପିଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ।

ସେପଟେ ଗାଁ ଲୋକଙ୍କ କହିବା ମୁତାବକ ଯେ, ଦୁର୍ଗା ବିରୁଆଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ଏଭଳି ଲୋମହର୍ଷଣକାରୀ କାଣ୍ଡ ଭିଆଇ ଥାଇ ପାରନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି ।