ହାଟଡିହି ବିଦ୍ୟାଧରପୁର ବଜାରରେ ଦୁର୍ଘଟଣା ପରେ ଉତ୍ତେଜନା : ଡମ୍ପର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

30

କନକ ବ୍ୟୁରୋ : କେନ୍ଦୁଝର ହାଟଡିହି ବିିଦ୍ୟାଧରପୁର ବଜାରରେ ମର୍ମନ୍ତୁଦ ଦୁର୍ଘଟଣା । ବାଲିବୋଝେଇ ଡ୍ରମ୍ପର ଓ ବାଇକ ମଧ୍ୟରେ ଧକ୍କା ହୋଇଛି । ଏଥିରେ ଜଣକର ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି । ବିଦ୍ୟାଧରପୁର ଏକ ଘରୋଇ ଚିକିତ୍ସାଳୟକୁ ବାଇକରେ ସ୍ୱାମୀ,ସ୍ତ୍ରୀ ଓ ୨ ପିଲା ଯାଉଥିବା ବେଳେ ଡମ୍ପର ଆସି ଧକ୍କା ଦେଇଥିଲା । ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଆହତ ହୋଇଛନ୍ତି । ଗାଁ ଲୋକମାନେ ରାସ୍ତାରୋକ କରିବା ସହ ଡମ୍ପରରେ ନିଆଁ ଲଗାଇଦେଇଛନ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ଅଛନ୍ତି ।