ଜଙ୍ଗଲ ଛାଡି ସହର ମୁହାଁ ହାତୀପଲ : କେନ୍ଦୁଝର ଗୋପାଳପୁର ଶାଳଜଙ୍ଗଲରେ ୧୭ ହାତୀଙ୍କ ଉତ୍ପାତ

29

କେନ୍ଦୁଝର : ଜଙ୍ଗଲ ଛାଡି ଜନବସତି ମୁହାଁ ହାତୀପଲ। କେନ୍ଦୁଝରରେ ସଦର ରେଂଜ ଗୋପାଳପୁର ଶାଳ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ୧୭ଟି ବଣୁଆ ହାତୀ ଗୋପାଳପୁରରେ ରହି ଆତଙ୍କ ସୃଷ୍ଟି କରିଛନ୍ତି । ହାତୀପଲ ଫiଲ ବିଲକୁ ଦଳିଚକଟି ନଷ୍ଟ କରିଛନ୍ତି । ହାତୀପଲ ଶାଳବଣ ଛାଡୁନଥିବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡେଇବା ପାଇଁ ବନବିଭାଗର ଉଦ୍ୟମ ଜାରି ରଖିଛି । ହାତୀପଲଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଯୋଗୁଁ ହାତି ଘଉଡେଇବା କାମରେ ଅସୁବିଧା ହେଉଥିବା ଜଣାପଡିଛି ।