ବୈତରଣୀର ବଢି ପାଣିରେ ଫସିଲେ ହାତୀପଲ : ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ

51

କେନ୍ଦୁଝର : ବୈତରଣୀର ବଢି ପାଣିରେ ହାତୀପଲ ଫସିଯାଇଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏକ ଟାପୁରେ ଏହି ହାତୀପଲ ଫସିରିହିଛନ୍ତି । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏକ ସାବକ ସମେତ ୭ଟି ବଡ ହାତୀ ଏହି ଟାପୁରେ ଥିବାବେଳେ ହଠାତ ବୈତରଣୀରେ ମାଡିଆସିଥିଲା ବନ୍ୟାପାଣୀ । ଫଳରେ ହାତୀଗୁଡିକ ଟାପୁରେ ହିଁ ରାତିତମାମ ଫସିରିହିଥିଲେ ।

ତେବେ ସକାଳୁ ଏହି ଦୃଶ୍ୟ ଦେଖି ଲୋକଙ୍କ ଭିଡ ଜମିଥିଲା । ବର୍ଷା ସତ୍ୱେ ଏଭଳି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା । ବନ ବିଭାଗ ଖବର ପାଇବା ପରେ ହାତୀଗୁଡିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏମାନଙ୍କୁ ପାଖ ଜଙ୍ଗଲକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛି ।