ପ୍ରବଳ ତାତି ଭିତରେ କେନ୍ଦୁଝରରେ ଅଘୋଷିତ ବିଦ୍ୟୁତ୍ କାଟ : ରାସ୍ତାକୁ ଓହ୍ଲାଇ ପ୍ରତିବାଦ କଲେ ଜନତା

27

କନକ ବ୍ୟୁରୋ : ଏସଡିଓଙ୍କୁ ରାସ୍ତାରେ ଜୋତାମାଳ । କେନ୍ଦୁଝରରେ ଅଘୋଷିତ ବିଦ୍ୟୁତକାଟର ପ୍ରତିବାଦରେ ଉତ୍ୟକ୍ତ ସହରବାସୀ ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ରାସ୍ତାରେ ବସାଇ ଜୋତାମାଳ ପକାଇବା ସହ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ତାଲା ପକାଇଛନ୍ତି ଜନସାଧାରଣ । ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଡହ ଡହ ଖରାରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଏଭଳି ସମୟରେ ବାରମ୍ବାର ବିଦ୍ୟୁତକାଟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା । ଆଜି ଏହି ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା ।