କେନ୍ଦୁଝରରେ ଡବଲ ମର୍ଡର ! ଶିଖରଖୁଂଟାରେ ଟାଙ୍ଗିଆରେ ହାଣି ଦିଅର, ଭାଉଜଙ୍କୁ ହତ୍ୟା

38

କନକ ବ୍ୟୁରୋ : କେନ୍ଦୁଝରରେ ଡବଲ ମର୍ଡର । କେନ୍ଦୁଝର ଟାଉନ ଥାନା ଶିଖରଖୁଂଟାରେ ଟାଙ୍ଗିଆରେ ହାଣି ଦୁଇ ଜଣଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ରାତିରେ ଶୋଇଥିବାବେଳେ ଦିଅର, ଭାଉଜଙ୍କୁ ହତ୍ୟା କରାଯାଇଛି । ପଡୋଶୀ ମାତାଲ ଅବସ୍ଥାରେ ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଶିଖରଖୁଂଟା ଗ୍ରାମର ବୀର ଦେହୁରି(୫୦ ବର୍ଷ) ଓ ତାଙ୍କ ଭାଉଜ ଜାଈ ଦେହୁରୀ(୬୦ ବର୍ଷ) ଘରେ ଶୋଇଥିଲେ । ସେହି ରାତିରେ ହିିଁ ଉଭୟଙ୍କୁ ପଡୋଶୀ ହତ୍ୟା କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।