କେନ୍ଦୁଝର ଜିଲ୍ଲା ନାଇବୁଗା ଗାଁରେ ଅଘଟଣ : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର

0

କେନ୍ଦୁଝର : ୫ ମାସର ଶିଶୁକୁ ଝୁଣିଦେଲା ବୁଲା କୁକୁର । ଘର ଅଗଣାରୁ ଛାମ୍ପି ନେଇ କୁକୁର କାମୁଡି ଦେଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନାଇବୁଗା ଗାଁରେ । ଶିଶୁଟିକୁ ଘର ଅଗଣାରେ ଶୁଆଇ ମା’ କାମ କରୁଥିବା ବେଳେ କୁକୁର କାମୁଡିଛି ।

ତେବେ ଗୁରୁରତ ଶିବନା ମୁଣ୍ଡାକୁ ପ୍ରଥମେ ଝୁମ୍ପୁରା ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଏବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ହେବ ରାଜ୍ୟରେ ବୁଲା କୁକୁରଙ୍କ ଉତ୍ପାତ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

Comments are closed.