ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ କରୁଛନ୍ତି ଛାତ୍ରଛାତ୍ରୀ : କେନ୍ଦୁଝରର ୨ଟି ପ୍ରମୁଖ ମହାବିଦ୍ୟାଳୟରେ ମତଦାନ ଜାରି

34

କନକ ବ୍ୟୁରୋ :  ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ କରୁଛନ୍ତି ଛାତ୍ରଛାତ୍ରୀ । ଲିଙ୍ଗଡୋ କମିଶନଙ୍କ ନୀୟମ ଅନୁସାରେ ସକାଳ ୮ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ୨ଟା ଯାଏଁ ଚାଲିବ । କେନ୍ଦୁଝରର ୨ଟି ପ୍ରମୁଖ ମହାବିଦ୍ୟାଳୟରେ ମତଦାନ ଜାରି ରହିଛି ।

ଧରଣୀଧର ସ୍ୱୟଂ ଶାସତ କଲେଜ ଓ ସରକାରୀ ମହିଳା ମହାବିଦ୍ୟାଳୟରେ ଏଥର ନିର୍ବାଚନରେ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରମୁଖ ପଦମାନଙ୍କରେ ୨ଜଣ ଲେଖାଏଁ ପ୍ରାର୍ଥୀ ରହିଥିବାବେଳେ ଜଣେ ଶାସକ ଦଳ ବିଜେଡିର ସମର୍ଥିତ ପ୍ରାର୍ଥୀ  ଓ ଅନ୍ୟଜଣେ କେନ୍ଦୁଝରର ବିତଶାଳୀ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ କୁହାଯାଉଛି ।

ନିଜ ସମ୍ମାନ ରକ୍ଷା ପାଇଁ ବିଜେଡି ଭରପୁର ଉଦ୍ୟମ ଜାରୀ ରଖିଥିବା ବେଳେ ସନାତନ ମହାକୁଡ ପ୍ରବଳ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି । ସରକାରୀ ଦଳ ଭାବେ ବିଜେଡି ତାର କ୍ଷମତା ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହେଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –