କନକ ବ୍ୟୁରୋ : କେନ୍ଦୁଝରରେ ଥମୁନି ଚେଙ୍କ ଚିକିତ୍ସା । ଆଜି ପୁଣି ଆଉଥରେ ଦେଖିବାକୁ ମିଳିଛି ଅନ୍ଧ ବିଶ୍ୱାସର ଆଉ ଏକ କରୁଣ କାହାଣୀ । ରୋଗ ଭଲ ନହେବାରୁ ୯ ବର୍ଷର ନାବାଳିକାକୁୁ ପୁଣି ଚେଙ୍କ ଦେଇଛି ମା’ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି ନାବାଳିକା ଜଣଙ୍କ ।

ଗତ ୬ ଦିନ ଭିତରେ କେନ୍ଦୁୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ୫ ଜଣ କମୋଳମତି ଶିଶୁଙ୍କୁ ରୋଗ ଭଲ ନହେବାରୁ ଅତି ନିର୍ଦ୍ଧୟ ଭାବରେ ଚେଙ୍କ ଦିଆଯାଇଥିବା କଥା ସାମନାକୁ ଆସିଛି । ଜିଲ୍ଲାର କଲଣ୍ଡା ଗାଁର ୯ ବର୍ଷର ନାବାଳିକା ମିଲି ଦେହୁରୀର ପେଟ ଫୁଲି ଯନ୍ତ୍ରଣା ହେବାରୁ ତାକୁ ଭଲ କରିବା ପାଇଁ ତାଙ୍କ ମା’ ଚେଙ୍କ ଦେଇଥିବା କଥା ସାମନାକୁ ଆସିଛି ।  ଚେଙ୍କ ଦିଆଯିବା ପରେ ନାବାଳିକାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଗତକାଲି ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।