ବର୍ଷକ ପରେ ଅଂଟା ଭିଡିଲା ପ୍ରଶାସନ : କାଲିଠୁ ଆରମ୍ଭ ଆନନ୍ଦପୁର ବେଲବାହାଳି କୁଶେଇ ସେତୁ କାମ

34

bridgeକେନ୍ଦୁଝର : ବର୍ଷକ ପରେ ପୋଲ ପାଇଁ ଅଂଟା ଭିଡିଲା ଜିଲ୍ଲା ପ୍ରଶାସନ। କେନ୍ଦୁଝର ଆନନ୍ଦପୁର ବେଲବାହେଳି କୁଶେଇ ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଆଗକୁ ଆସିଛି ପ୍ରଶାସନ। ଆସନ୍ତାକାଲିଠାରୁ କୁଶେଇ ପୋଲର ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି। ୫ ଜଣ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲ କାମ କରାଯିବ। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨୦ ପ୍ଲାଟୁନ୍ ଫୋର୍ସ ପୁଲିସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଏନ.ତିରୁମାଲା ।

ଏହି ବେଲବାହାଲିର କୁଶେଇ ସେତୁକୁ ନେଇ ଜିଲ୍ଲାପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ପୋଲ ପାଇଁ ନିର୍ଦ୍ଦାରିତ ସ୍ଥାନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଗ୍ରାମବାସୀ । ଗତ ବର୍ଷ ଜୁଲାଇ ମାସରେ ସେତୁର ସ୍ଥାନ ପରିବର୍ତନ ଦାବିରେ ଆନ୍ଦୋଳନ ଚାଲିଥିବା ବେଳେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଘଟଣାରେ ଶତାଧିକ ଗ୍ରାମବାସୀଙ୍କୁ ଜେଲ ଯିବାକୁ ପଡିଥିଲା । ଜାତୀୟମାନବାଧିକର କମିଶନ ହସ୍ତକ୍ଷପ କରିବା ପରେ ରାଜପଥ ପ୍ରାଧିକରଣ ଓ ଆଇଆଇଟି ଖଡଗପୁରର ଏକ ବିଶେଷଜ୍ଞ ଦଳ ସେତୁର ସ୍ଥାନ ଓ ଡିଜାଇନର ଅନୁଧ୍ୟାନ କରିଥିଲେ । ଉପଯୁକ୍ତ ସ୍ଥାନରେ ସେତୁ ନିର୍ମାଣ କରାଯାଉଥିବା ନେଇ ରିପୋର୍ଟ ଦେଇଥିଲେ। ତେଣୁ ବର୍ଷେ ପରେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପୋଲ ନିର୍ମାଣ ପାଇଁ ଅଂଟା ଭିଡିଛନ୍ତି।